ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲାରେ ଅନୁଷ୍ଠିତ ହୋଇଛି ଆନ୍ତଃ ବିଦ୍ୟାଳୟ ମହୋତ୍ସବ ୨୦୧୯। ଏନେଇ ଗୋଷ୍ଠୀ ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା  ମାନ କରାଯାଇଥିଲା।

ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଙ୍ଗୀତ, କବିତା, ଲିଖନ, ସୃଜନଶୀଳ ଲିଖନ, ସୁନ୍ଦର ହସ୍ତାକ୍ଷର, ବନାନ, ବକ୍ତୃତା, ବିତର୍କ, ଆବୃତ୍ତି, ଦୌଡ଼ ଆଦି ପ୍ରତିଯୋଗିତା କରାଯାଇଥିଲା।

ଏହି ଅବସରରେ ନବରଙ୍ଗପୁର ଶାସ୍ତ୍ରୀଭବନ ଠାରେ ପୁରସ୍କାର ବିତରଣ ଉତ୍ସଵ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୧୫ଗୋଟି ବିଦ୍ୟାଳୟର ମୋଟ ୪୦୦ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ।

ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବାସହ ପ୍ରତିଯୋଗିତା ଦ୍ୱାରା ପିଲାଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ମୂଳକ ମନୋଭାବ ସୃଷ୍ଟି ହେବ ବୋଲି ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର କହିଥିଲେ।

ଏଥିସହ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଚନ୍ଦ୍ର ଶେଖର ପାଣିଗ୍ରାହୀ , କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରମୋଦ କୁମାର ପଣ୍ଡା , ମୁଖ୍ୟ ବକ୍ତାଭାବେ ଡଃ ବିଜୟ ମିଶ୍ର ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମ ଶେଷରେ  ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Comment