ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ ଆରମ୍ଭ କରିବାକୁ ଯାଉଛନ୍ତି ଦ୍ୱିତୀୟ ଇନିଂସ୍‌। ଖୁବଶୀଘ୍ର ରାଜନୀତି ମଇଦାନକୁ ଓହ୍ଲାଇପାରନ୍ତି ବୀରେନ୍ଦ୍ର ସେହ୍ୱାଗ। ଏନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ୨୦୧୯ ଲୋକସଭା ନିର୍ବାଚନରେ ସେହ୍ୱାଗ ବିଜେପିରୁ ଲଢ଼ିପାରନ୍ତି। ବିଜେପି ସେହ୍ୱାଗଙ୍କୁ ହରିୟାଣାର ରୋହତକ ଆସନରୁ ପାର୍ଥୀ ଭାବେ ଟିକେଟ ଦେବାର ସମ୍ଭାବନା ରହିଛି।

୨୦୧୯ ଲୋକସଭା ନିର୍ବାଚନରେ ରୋହତକ ଆସନରେ କଂଗ୍ରେସ ନେତା ଦୀପେନ୍ଦ୍ର ସିଂହ ହୁଡ୍ଡାଙ୍କୁ ଟକ୍କର ଦେବା ପାଇଁ ସେହ୍ୱାଗଙ୍କ ନାମ ଚର୍ଚ୍ଚାରେ ରହିଛି। ତେବେ ଏହା ସେହୱାଗଙ୍କ ଉପରେ ନିର୍ଭର କରେ ଯେ, ସେ ବିଜେପିରେ ଯୋଗ ଦେବା ପାଇଁ ଇଚ୍ଛୁକ ଅଛନ୍ତି କି, ନାହିଁ। ଏନେଇ ବୀରେନ୍ଦ୍ର ସେହ୍ୱାଗଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରନାହିଁ।

ବୀରେନ୍ଦ୍ର ସେହ୍ୱାଗଙ୍କୁ ବାଦ ଦେଲେ ସୁଫୀ ଗାୟକ ହଂସରାଜ ହଂସଙ୍କ ନାମ ବିଜେପି ଲିଷ୍ଟରେ ସାମିଲ ରହିଛି। ସେହିପରି ରାଜଧାନୀ ଦିଲ୍ଲୀରୁ କ୍ରିକେଟର ଗୌତମ ଗମ୍ଭୀର ଓ ପଞ୍ଜାବ ଗରୁଦାସପୁରରୁ ଫିଲ୍ମ ଷ୍ଟାର ଅକ୍ଷୟ କୁମାରଙ୍କୁ ନିର୍ବାଚନୀ ମଇଦାନକୁ ଆଣିବା ପାଇଁ ବିଜେପି ଯୋଜନା କରୁଛି।

Comment