ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନାରେ ଆଜି ହାଜର ହେଲେନି ବିଜେପି ନେତା ଗୋଲକ ମହାପାତ୍ର। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଗୋଲକ ଥାନାରେ ହାଜର ହୋଇ ନାହାନ୍ତି। ଗୋଲକଙ୍କ ଓକିଲ ଆଜି ଏନେଇ ଛତ୍ରପୁର ଏସ୍‌ଡିପିଓଙ୍କୁ ଭେଟି ଏହା ଜଣାଇଛନ୍ତି।

ଗୋଲକ ପୁଣି କେବେ ଥାନାରେ ହାଜର ହେବେ ସେନେଇ ଆଉ ଏକ ତାରିଖ ସ୍ଥିର କରାଯିବ ବୋଲି କହିଛନ୍ତି ଏସ୍‌ଡିପିଓ।

ଛତ୍ରପୁରର ପୂର୍ବତନ କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ବିଜେପି ନେତା ଗୋଲକ ମହାପାତ୍ର ଏବଂ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ୍ ଜାରି କରିଥିଲା ପୋଲିସ। ୭ ତାରିଖରେ ଗୋଲକ ଏବଂ ୯ ତାରିଖରେ ଭୃଗୁଙ୍କୁ ହାଜର ହେବା ପାଇଁ ନୋଟିସ୍ ଦେଇଥିଲା।

Comment