ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଦେଖାଦେଇଥିବା ଉତ୍କଟ ବେକାରୀ ସମସ୍ୟା, ସରକାରଙ୍କ ଯୁବ ମାରଣ ନୀତି ବିରୋଧରେ ବିଜେପି ଯୁବ ମୋର୍ଚ୍ଚା ଆଜି ବିଧାନସଭା ଘେରାଉ ଉଦ୍ୟମ କରିଥିଲା। ହେଲେ ପୋଲିସ ସେମାନଙ୍କୁ ବାଧା ଦେବାରୁ ବିଜେପି ଯୁବ ମୋର୍ଚ୍ଚା ଏବଂ ପୋଲିସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

“୧୯ ବର୍ଷ ମଧ୍ୟରେ ରାଜ୍ୟରେ ରୋଜଗାର ସୃଷ୍ଟି କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ବେକାରୀ ସମସ୍ୟା ବୃଦ୍ଧି ପାଇଛି। ଯୁବକମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଏହାର ପ୍ରତିବାଦରେ ଆମେ ବିକ୍ଷୋଭ ପ୍ରଦର୍ଶନ କରୁଛୁ”, କହିଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ।

ବିଜେପି ପାର୍ଟି ଅଫିସରୁ କର୍ମକର୍ତ୍ତାମନେ ଏକ ରାଲିରେ ବିଧାନସଭା ଅଭିମୁଖେ ଯାଇଥିଲେ। ବିଜେପି ଯୁବ ମୋର୍ଚ୍ଚାର ଶୋଭାଯାତ୍ରାକୁ ଦେଖି ୧୨୦ ବାଟାଲିୟନ, ଆରବିଆଇ ଅଫିସ୍ ଏବଂ ଲୋୟର ପିଏମ୍‌ଜି ଛକରେ ପୋଲିସ ମୁତୟନ କରାଯାଇଥିଲା।

ସରକାର ବିରୋଧୀ ସ୍ଲୋଗାନ ଦେଇ ବିଜେପି ଯୁବ ମୋର୍ଚ୍ଚା ବିଧାନସଭା ଅଭିମୁଖେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା।

Comment