ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାର ଗୁରୁବାର ୨୦୧୯- ୨୦ ଆର୍ଥିକ ବର୍ଷ ଲାଗି ବଜେଟ ଆଣିବେ। ବିଧାନସଭାରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏହି ବଜେଟ ଉପସସ୍ଥାପନ କରିବେ। ଏଥିରେ ରାଜ୍ୟ ସରକାର ୪ମାସ ଲାଗି କମାଚଳା ବଜେଟ ଆଣିବା କାର୍ଯ୍ୟସୂଚୀ ରହିଛି।  ଏଥର ବଜେଟ୍‌ର ଆକାର ୧ଲକ୍ଷ ୩୨ ହଜାର କୋଟି ଟଙ୍କାର ହେବ। ଏହା ଗତ ସାଧାରଣ ବଜେଟ ତୁଳନାରେ ୧୦ ପ୍ରତିଶତ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

ଶନିବାର ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଆସନ୍ତା ବର୍ଷ ଲାଗି ରାଜ୍ୟ ସରକାର ଏକ ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତ କରିଥିବା କରିଥିବା ଜଣାଯାଇଛି।

କେନ୍ଦ୍ର ବଜେଟ ଆସିବା ପରେ ନିର୍ବାଚନୀ ବର୍ଷ ହୋଇଥିବା ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ଏହି ବଜେଟ ଉପରେ ସମସ୍ତଙ୍କ ନଜର ରହିଛି।

ତେବେ ଦୁଇ ଦିନ ହେଲା ବିରୋଧୀ ଓ ଶାସକ ଦଳର ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଆଜି ମଧ୍ୟ ବିରୋଧୀ ଚାଷୀ ସମସ୍ୟା ଓ ବେକାରୀ ସମସ୍ୟା ନେଇ ହଟ୍ଟଗୋଳ କରିଛନ୍ତି। ହୋହଲ୍ଲା ଯୋଗୁଁ ୧୧ଟା ୩୦ ଯାଏଁ ଗୃହକୁ ମଲତବି ରଖାଯାଇଛି।

Comment