ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗାନ୍ଧି ପରିବାରର ଜ୍ୱାଇଁ ରବର୍ଟ ଭଦ୍ରାଙ୍କୁ ଦ୍ୱିତୀୟ ଦିନରେ ଜେରା କଲେ ଇଡି ଅଧିକାରୀ।

ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ପୁଣି ଇଡି ଆଜି ଜେରା କରିଛି। ପ୍ରାୟ ୧୦ ଘଣ୍ଟା ଧରି ଇଡି ରବର୍ଟ ଭଦ୍ରାଙ୍କୁ ମନ ଲଣ୍ଡରିଂ ମାମଲାରେ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛି।

ରବର୍ଟ ଭଦ୍ରାଙ୍କୁ ସକାଳ ସାଢ଼େ ୧୦ଟାରେ ଡାକିଥିଲା ଇଡି। କିନ୍ତୁ ସେ ଦେଢ଼ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ଜେରା ଶେଷ ହେବା ପରେ ପତ୍ନୀଙ୍କ ପ୍ରିୟଙ୍କାଙ୍କ ସହ ରବର୍ଟ ଭଦ୍ରା ଇଡି ଅଫିସରୁ ଘରକୁ ଫେରିଛନ୍ତି।

ଶନିବାର ଦିନ ପୁଣି ରବର୍ଟ ଭଦ୍ରାଙ୍କୁ ଇଡି ଜେରା କରିବ। ଗତ ବୁଧବାର ଦିନ ଭଦ୍ରାଙ୍କୁ ଇଡି ଜେରା କରିଥିଲା। ପ୍ରାୟ ୬ ଘଣ୍ଟା ଧରି ରବର୍ଟ ଭଦ୍ରା ଇଡି ଅଫିସରେ ରହିଥିଲେ। ଇଡି ଅଧିକାରୀମାନେ ତାଙ୍କୁ ବିଭିନ୍ନ ପ୍ରଶ୍ନବାଣରେ ଛନ୍ଦିଥିଲେ।

Comment