ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମ ଅସୁସ୍ଥ ହୋଇ ପଡ଼ିଛନ୍ତି। ସୋନୁ ନିଗମ ନିଜ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଏନେଇ ସୂଚନା ଦେଇଛନ୍ତି। ଏହି ଫଟୋରେ ତାଙ୍କର ଗୋଟିଏ ଆଖି ଫୁଲି ଯାଇ ସମ୍ପୁର୍ଣ୍ଣ ରୁପେ ବନ୍ଦ ହୋଇଯାଇଛି। ସେହିପରି ଅନ୍ୟ ଏକ ଫଟୋରେ ସେ ଅକ୍ସିଜେନ ମାସ୍କ ଲଗାଇ ଡାକ୍ତରଖାନା ବେଡ୍‌ରେ ଶୋଇ ରହିଛନ୍ତି। ଏହି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗଛି।

ବାସ୍ତବରେ ଖାଦ୍ୟ ବିଷାକ୍ତଜନିତ କାରଣରୁ ସେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ମୁହଁରେ ଆଲର୍ଜି ହୋଇଯାଇ ମୁହଁ ଫୁଲିଯାଇଛି। ଏହାପରେ ତାଙ୍କୁ ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସାମୁଦ୍ରିକ ଖାଦ୍ୟ ଖାଇବା ଦ୍ୱାରା ତାଙ୍କର ଏଭଳି ଅବସ୍ଥା ହୋଇଛି ବୋଲି ସୋନୁ କହିଛନ୍ତି।

ବୁଧବାର ଓଡ଼ିଶାର ଜୟପୁରରେ ମ୍ୟୁଜିକ କନସର୍ଟ ସାରି ମୁମ୍ବାଇ ଫେରିବା ପରେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସୋନୁ ନିଗମ। ନଜ ଗୀତ ତଥା ବିବାଦୀୟ ମନ୍ତବ୍ୟ ପାଇଁ ସୋନୁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ବର୍ତ୍ତମାନ ସେ ଗମ୍ଭୀର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି।। ଅନ୍ୟପଟେ ସୋସିଆଲ ମିଡିଆରେ ସୋନୁ ନିଗମଙ୍କ ଫ୍ୟାନ୍‌ମାନେ ତାଙ୍କ ସୁସ୍ଥତା କାମନା କରିଛନ୍ତି।

Comment