ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ବାହାଘରରେ ବରକନ୍ୟାଙ୍କୁ ବହୁତ ଉପହାର ମିଳିଥାଏ। ଉପହାର ସଦୃଶ କିଏ ଘଣ୍ଟା ତ କିଏ ଫ୍ରିଜ ଆଉ କିଏ ଗୋଲାପର ଫୁଲତୋଡ଼ା ଦେଇଥାନ୍ତି। କିନ୍ତୁ ଏକ ବିବାହରେ ବରକନ୍ୟାଙ୍କୁ ଯେଉଁ ଉପହାର ମିଳିଛି ତାକୁ ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହେବେ।

ରାଜସ୍ଥାନ କୋଟାରେ ଗତ ୮ ବର୍ଷ ଧରି ନେତ୍ରଦାନ-ଅଙ୍ଗଦାନ ସଚେତନତା ନେଇ ଏକ ସଂସ୍ଥା କାର୍ଯ୍ୟ କରୁଛି। ଏହି ସଂସ୍ଥାରେ କାର୍ଯ୍ୟ କରୁଥିବା ଟିଙ୍କୁ ଓଝାଙ୍କ ବିବାହ ଗାଁ ମନ୍ଦିରରେ ହୋଇଥିଲା।  ବିବାହ ପୂର୍ବରୁ ସମସ୍ତ ବନ୍ଧୁବାନ୍ଧବ ଏବଂ ସମ୍ପର୍କୀୟଙ୍କୁ ବିବାହ କାର୍ଡ ବଣ୍ଟା ଯାଇଥିଲା। ବିବାହ କାର୍ଡରେ ସନ୍ଦେଶ ଦିଆଯାଇଥିଲା, ଯଦି ନବଦମ୍ପତ୍ତିଙ୍କୁ କିଛି ଉପହାର ଦେବାକୁ ଚାହାନ୍ତି  ତାହାଲେ ନେତ୍ରଦାନ-ଅଙ୍ଗଦାନ ସଂକଳ୍ପପତ୍ର ଫର୍ମ ପୂରଣ କରିଦେବେ।

ଏଭଳି କାରଣ ପାଇଁ ଲୋକେ ବାହାଘରକୁ ବି ଆସିବା ପାଇଁ ମନା କରିଥିଲେ।  ବାହାଘରରେ ସାମିଲ ହେବା ପାଇଁ ସଂକଳ୍ପପତ୍ର ପୂରଣ କରିବା ଯେଭଳି ବାଧ୍ୟବାଧ୍ୟକତା ଭାବୁଥିଲେ ଲୋକେ। ଲୋକଙ୍କ ଏଭଳି  ଚିନ୍ତାଧାରା ପାଇଁ ବାହାଘର ଯେଭଳି ଫିକା ନପଡ଼ିବ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ବିବାହର ଗୋଟିଏ ଦିନ ପୂର୍ବରୁ  ସାଇନ ଇଣ୍ଡିଆ ଫାଉଣ୍ଡେସନର ୫ ଜଣିଆ ସଦସ୍ୟ ମୁଣ୍ଡିୟର ଗାଁରେ ପହଞ୍ଚି ପ୍ରତି ଘର ଲୋକଙ୍କୁ ସଚେତନ କରିଥିଲେ।

ସଂସ୍ଥା ଦ୍ୱାରା ଏକ ଶିବିର ଗାଁରେ କରାଯାଇଥିଲା ସେଥିରେ  ସମସ୍ତ ବର୍ଗର ଲୋକେ ଅଙ୍ଗଦାନ କରିବାକୁ ସଂକଳ୍ପ ନେଇଥିଲେ।  ପାଖାପାଖି ୩୫ରୁ ଅଧିକ ଲୋକ ଅଙ୍ଗଦାନ, ୫ ଜଣ କିଡନୀ ଏବଂ ୧୧୦ରୁ ଅଧିକ ଲୋକ ନେତ୍ରଦାନ କରିବାକୁ ସହମତି ପ୍ରଦାନ କରିଥିଲେ।

Comment