ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଡି ଟାଣିବାରେ ଦେଶକୁ ବାର୍ଷିକ ୮୦ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। ବିଡି ସ୍ୱାସ୍ଥ୍ୟ ପାଇଁ ହାନିକାରକ ହେବା ସହିତ ସମୟ ପୂର୍ବରୁ ମୃତ୍ୟୁକୁ ଡାକି ଆଣିଥାଏ।  ତମାଖୁ କଣ୍ଟ୍ରୋଲ ନାମକ ଜର୍ନାଲ ପକ୍ଷରୁ ହୋଇଥିବା ସର୍ଭେରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

ବିଡି ଟାଣିବା ଦ୍ୱାରା ଯେତିକି କ୍ଷତି ହେଉଛି ତାହା ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ହେଉଥିବା ମୋଟ୍ ଖର୍ଚ୍ଚର ଦୁଇ ପ୍ରତିଶତ। ଏଥିରେ ରୋଗୀ ପାଇଁ ହେଉଥିବା ଖର୍ଚ୍ଚ, ଔଷଧ, ଡାକ୍ତର ଫିସ୍, ଡାକ୍ତରୀ ପରୀକ୍ଷା ରିପୋର୍ଟ, ହସ୍ପିଟାଲ ଯିବାଆସିବା ଖର୍ଚ୍ଚ ଏବଂ ସାଙ୍ଗରେ ଯାଇଥିବା ପରିଜନଙ୍କ ଖାଇବା ପିଇବା ଖର୍ଚ୍ଚ ଏବଂ ପରିବାର ଆୟରେ ହେଉଥିବା କ୍ଷତିକୁ ଦର୍ଶାଯାଇଛି।

ଦେଶରେ ବିଡ଼ି ବହୁମାତ୍ରାରେ ପ୍ରଚଳିତ। ଗତ ୧୫ ବର୍ଷ ଭିତରେ ବିଡ଼ି ଟାଣୁଥିବା ଲୋକଙ୍କ ସଂଖ୍ୟା ୭.୨ କୋଟି ରହିଛି। ୨୦୧୭ରେ ୪.୧୭ ଆରବ ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା। ଗତ ୧୦ ବର୍ଷ ଭିତରେ ସରକାରଙ୍କ ରାଜସ୍ୱ ବୃଦ୍ଧି ପାଇବାରେ ଲାଗିଛି।

ଭାରତରେ ପ୍ରତି ପାଞ୍ଚ ଟି ପରିବାରରୁ ଗୋଟିଏ ପରିବାର ଏହି ବିନାଶକାରୀ ଖର୍ଚ୍ଚର ସାମ୍ନା କରୁଛନ୍ତି। ତମାଖୁ ଖାଇବା ଏବଂ ଏହାଦ୍ୱାରା ହେଉଥିବା କ୍ଷତିର ଖର୍ଚ୍ଚ ଯୋଗୁ ପାଖାପାଖି ଦେଢ଼ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲିଯାଉଛନ୍ତି। ବିଶେଷକରି ଏହି ଲୋକମାନେ ଭଲଭାବେ ଖାଇବା ଏବଂ ପାଠପଢ଼ା ଖର୍ଚ୍ଚ ବି ବହନ କରିପାରନ୍ତିନି।

Comment