ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ରାଜନୈତିକ ଦଳଗୁଡ଼ିକ ହ୍ଵାଟ୍‌ସଆପର ଅପବ୍ୟବହାର କରୁଛନ୍ତି। ଏଭଳି ଅପବ୍ୟବହାର ଆକାଉଣ୍ଟ ବନ୍ଦର କାରଣ ହେବ ବୋଲି ହ୍ଵାଟ୍‌ସଆପ ସତର୍କ କରାଇଛି।

ଭାରତୀୟ ରାଜନୈତିକ ଦଳ ଲୋକପ୍ରିୟ ମେସେଜିଙ୍ଗ ଆପ ହ୍ଵାଟ୍‌ସଆପର ଅପବ୍ୟବହାର କରୁଛନ୍ତି। ତେଣୁ ଏଭଳି ବ୍ୟବହାରକୁ ରୋକିବା ପାଇଁ କେତେକ ହ୍ଵାଟ୍‌ସଆପ ଆକାଉଣ୍ଟ ବନ୍ଦ କରିବାକୁ ହ୍ଵାଟ୍‌ସ୍‌ଆପ୍‌ ହେଡ୍‌ ଅଫ୍‌ କମ୍ୟୁନିକେସନ୍‌ସ୍‌ର କାର୍ଲ ଉଗ୍‌ ଚେତାବନୀ ଦେଇଛନ୍ତି।

ବୁଧବାର ଏ ସଂକ୍ରାନ୍ତରେ ହ୍ଵାଟ୍‌ସ୍‌ଆପ୍‌ ହେଡ୍‌ ଅଫ୍‌ କମ୍ୟୁନିକେସନ୍‌ସ୍‌ର କାର୍ଲ ଉଗ୍‌ଙ୍କୁ ସମ୍ବାଦିକ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସେ କହିଥିଲେ ହ୍ଵାଟ୍‌ସ୍‌ଆପ୍‌ ପ୍ରସାରଣ ପ୍ଲାଟଫର୍ମ ନୁହେଁ ବା ବହୁ ପରିମାଣର ମେସେଜ କରିବାର ମାଧ୍ୟମ ନୁହେଁ।

ହେଲେ ରାଜନୈତିକ ଦଳଗଡ଼ିକ ଏକ୍ଷେତ୍ରରେ ହ୍ଵାଟ୍‌ସ୍‌ଆପ୍‌ର ବିପୁଳ ବ୍ୟବହାର କରୁଛନ୍ତି। ତେଣୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି।

ସେ ଆହୁରି କହିଛନ୍ତି ହ୍ଵାଟ୍‌ସ୍‌ଆପ୍‌ ବ୍ୟକ୍ତିଗତ ଯୋଗାଯୋଗର ମାଧ୍ୟମ। ତେଣୁ ରାଜନୈତିକ ଦଳ ଗୁଡ଼ିକ ଏହି ସେବାର ଅପବ୍ୟବହାର ବନ୍ଦ ନକରନ୍ତୁ।

ନିର୍ବାଚନ ପାଖେଇ ଆସୁଥିଲାବେଳେ ହ୍ଵାଟ୍‌ସ୍‌ଆପ୍‌ର ଏହି ସତର୍କ ସୂଚନା ରାଜନୈତିକ ଦଳଗୁଡ଼ିକଙ୍କର ମୁଣ୍ଡବ୍ୟଥାର କାରଣ ପାଲଟିଛି।

Comment