ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ଵବ୍ୟାପି ପ୍ରତି ବର୍ଷ ୮ ଲକ୍ଷରୁ ଅଧିକ ଲୋକ ଆତ୍ମହତ୍ୟା କରୁଛନ୍ତି। ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ଅନୁସାରେ ଆତ୍ମହତ୍ୟା ସବୁଠାରୁ ବଡ଼ ସମସ୍ୟା। ହଲେ ଆଶ୍ଚର୍ଯ୍ୟର କଥା ଆତ୍ମହତ୍ୟାକୁ ନେଇ ଏବେ ଏକ ସକରାତ୍ମକ ଖବର ଆସିଛି। ଖବରଟି ହେଉଛି ସାରା ବିଶ୍ଵରେ ଆତ୍ମହତ୍ୟା ହାର ହ୍ରାସ ପାଇଛି।

ତେବେ ରିପୋର୍ଟ ଅନୁସାରେ ୧୯୯୦ ମସିହା ପରଠୁ ଆତ୍ମହତ୍ୟା ସଂଖ୍ୟା କମିଛି। ଏହି ରିପୋର୍ଟ ଗ୍ଲୋବାଲ ବର୍ଡନ ଅଫ୍‌ ଡିଜିଜ୍‌ର ଅଟେ।

ରିପୋର୍ଟ ଅନୁସାରେ ୧୯୯୦ ପରେ ବିଶ୍ଵ ସ୍ତରରେ ୨୦୧୬ରେ ୮ ଲକ୍ଷ ୧୭ ହଜାର ଲୋକ ଆତ୍ମହତ୍ୟା କରିଥିଲେ। ୧୯୯୦ ପରେ ଏହି ବର୍ଷ ହିଁ ଆତ୍ମହତ୍ୟା କ୍ଷେତ୍ରରେ ୬.୭ ପ୍ରତିଶତ ବୃଦ୍ଧି ହୋଇଥିଲା। ଏହା ପରେ ଆତ୍ମହତ୍ୟା କ୍ରମଶଃ ହ୍ରାସ ପାଇଛି।

ରିପୋର୍ଟ ଅନୁଯାୟୀ ମହିଳାଙ୍କ ଅପେକ୍ଷା ଅଧିକ ପୁରଷ ଆତ୍ମହତ୍ୟା କରିଥାନ୍ତି। ଏଥିରେ ସବୁଠାରୁ ଅଧିକ ୧୫ରୁ ୧୯ ବର୍ଷ ବୟସ ସୀମା ରହିଛି।

୨୦୧୬ ମସିହା ପରଠୁ ଭାରତରେ ଆତ୍ମହତ୍ୟା ସଂଖ୍ୟାରେ ୧୫.୨ ପ୍ରତିଶତ  ହ୍ରାସ ଘଟିଥିଲାବେଳେ ଚୀନରେ ଆତ୍ମହତ୍ୟା ୬୨.୧ ପ୍ରତିଶତ ବୃଦ୍ଧି ଘଟିଛି। ପୂର୍ବରୁ ୧ଲକ୍ଷ ଲୋକଙ୍କ ଭିତରୁ ପ୍ରାୟ ୧୬ ହଜାର ଲୋକ ଆତ୍ମହତ୍ୟା କରୁଥିଲେ। ଏବେ ଏଥିରେ ହ୍ରାସ ଘଟି ପ୍ରାୟ ୧୧ ହଜାରରେ ପହଞ୍ଚିଛି।

Comment