ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁକ୍ରବାର ଅକଲାଣ୍ଡର ଇଡେନ୍‌ ପାର୍କ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦।ଟସ୍‌ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଛି।  ସେପଟେ ଫିଲ୍ଡିଂ କରିବ ଭାରତ।

ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ନ୍ୟୁଜିଲାଣ୍ଡ। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଟିମ୍‌ ଇଣ୍ଡିଆ ଶୋଚନୀୟ ଭାବେ ହାରିଥିଲା। ଏହି ମ୍ୟାଚରେ ଭାରତ ହାରିଲେ ଭାରତର ସିରିଜ ଜିତିବା ଲକ୍ଷ୍ୟ ଧୂଳିସାତ ହେବ।

ଗୋଟିଏ ନ୍ୟୁଜିଲାଣ୍ଡ ଦଳ ଦିନିକିଆ ସିରିଜରେ ପରାଜୟର ପ୍ରତିଶୋଧ ନେଉଥିବା ବେଳେ ଟିମ୍‌ ଇଣ୍ଡିଆ ଶୁକ୍ରବାର ମ୍ୟାଚରେ ଏହାର ଜବାବ ଦେବାକୁ ଚେଷ୍ଟା କରିବ। ନ୍ୟୁଜିଲାଣ୍ଡ ମାଟିରେ  ଟିମ୍‌ ଇଣ୍ଡିଆ ଆଜି ଯାଏଁ କୌଣସି ଟି-୨୦ ମ୍ୟାଚ ଜିତି ନାହିଁ। ତେବେ ଆସନ୍ତା ମ୍ୟାଚରେ ଟିମ୍‌ ଇଣ୍ଡିଆ ଏହି ଇତିହାସ ବଦଳାଇବାକୁ ଚେଷ୍ଟା କରିବ।

Comment