ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁଚର୍ଚ୍ଚିତ ଛତ୍ରପୁର ହତ୍ୟା ମାମଲାରେ ଶନିବାର ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କୁ ହାଜର ହେବାକୁ ନୋଟିସ୍‌ ହୋଇଥିଲା। ତାଙ୍କୁ ଶନିବାର ଛତ୍ରପୁର ଥାନାରେ ହାଜର ହେବା ପାଇଁ ଡକାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଭୃଗୁ ବକ୍ସିପାତ୍ର ଥାନାରେ ହାଜର ହେଲେ ନାହିଁ। ଭୃଗୁଙ୍କ ତରଫରୁ ତାଙ୍କ ଓକିଲ ମେଡିକାଲ ସାର୍ଟିଫିକେଟ୍‌ ଦେଖାଇଥିଲେ।

ସେହିପରି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ୭ ତାରିଖରେ ହାଜର ହେବାକୁ ନୋଟିସ୍‌ ହୋଇଥିଲା। କିନ୍ତୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହାଜର ହୋଇନଥିଲେ।

୨୦୧୭ ସେପ୍ଟେମ୍ବର ୧୬ରେ ଛତ୍ରପୁରର ଯୁବ ନେତା ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟା ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୫ରୁ ଅଧିକଙ୍କୁ ଗିରଫ କରାଯାଇଛି।

Comment