ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା ଲାଗୁ ପାଇଁ କେନ୍ଦ୍ର କୃଷି ମନ୍ତ୍ରାଳୟ ଓଡ଼ିଶା ସରକାରଙ୍କୁ ଚିଠି ଲେଖିଛନ୍ତି। ଯୋଜନାରେ କେନ୍ଦ୍ର କୃଷିଙ୍କୁ ଶତ ପ୍ରତିଶତ ଅନୁଦାନ ଯୋଗାଇ ଦେବ। ଜିଲ୍ଲାୱାରୀ ହତିାଧିକାରୀଙ୍କ ତାଲିକା ଦେବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ତୁରନ୍ତ ହିତିଧିକାରୀଙ୍କ ନାମ ପିଏମ୍ କିଷାନ ପୋର୍ଟାଲରେ ଦେବାକୁ ଚିଠିରେ କୁହାଯାଇଛି।
କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ମଧ୍ୟ ଲାଗୁ ହେବ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା। ତେବେ ଗତ ଡିସେମ୍ବରରୁ ପିଛଲା ଭାବେ ଏହି ଯୋଜନାକୁ ଲାଗୁ କରାଯିବ।
୩ଟି କିସ୍ତିରେ ୨ ହଜାର ଲେଖାଁଏ ଦିଆଯିବାକୁ ସ୍ଥିର ହୋଇଥିବା ବେଳେ ୨ ହେକ୍ଟରରୁ କମ ଚାଷ ଜମି ଥିବା ଚାଷୀଙ୍କୁ ଏହି ଟଙ୍କା ମିଳିବ। ଏହି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଯିବ।
ସେପଟେ ରାଜ୍ୟ ସରକାର ନିଜସ୍ୱ କାଳିଆ ଯୋଜନା ଆରମ୍ଭ କରିଛନ୍ତି। ନିର୍ବାଚନ ପୂର୍ବରୁ ଚାଷୀଙ୍କ ପାଇଁ ହୋଇଥିବା ଏହି ଦୁଇଟ ଯୋଜନା ଦ୍ୱାରା ଚାଷୀ କେତେ ଉପକୃତ ହେବେ ସେ ଉପରେ ସମସ୍ତଙ୍କ ନଜର ରହିଛି।










