ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନ ତାରିଖ ଯେତେ ପାଖେଇ ପାଖେଇ ଆସୁଛି, ବିଭିନ୍ନ ସଙ୍ଗଠନମାନଙ୍କ ପକ୍ଷରୁ ରାଜନୈତିକ କାର୍ଯ୍ୟକ୍ରମ ସେତିକି ପରିମାଣରେ ବଢ଼ିବାରେ ଲାଗିଛି। ପଡ଼ୋଶୀ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅର୍ଜୁନ ମୁଣ୍ଡା ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡାଠାରେ ଏକ ସାଧାରଣସଭାରେ ଯୋଗଦେଇ ବିଜେପି ସପକ୍ଷରେ ଜନମତ ସୃଷ୍ଟି କରିଥିଲେ।

ମୟୂରଭଞ୍ଜ ପଶ୍ଚିମ ଜିଲ୍ଲା ସଭାପତି ନବୀନ ରାମଙ୍କ ପୌରହିତ୍ଵରେ ଅ।ୟୋଜିତ ଏହି ସାଧାରଣସଭାରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ଜିଲ୍ଲାର ପୂର୍ବତନ ସାଂସଦ ଅନନ୍ତ ନାଏକଙ୍କ ସମେତ ବିଜେପି ଦଳର ବହୁ ବରିଷ୍ଠ ନେତା ଏବଂ କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ। ଏହି ସଭାରେ ବିଜେପିର ନେତୃବୃନ୍ଦ ରାଜ୍ୟସରକାରଙ୍କୁ ସମାଲୋଚନା କରିବା ସହିତ କେନ୍ଦ୍ର ସରକାରଙ୍କ ସଫଳତା ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ।

Comment