ଓଡ଼ିଶାଲାଇଭ୍‌ ବ୍ୟୁରୋ      

ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ରାଜ୍ୟ କୁଡୁମୀସେନା ସଙ୍ଗଠନର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସଭାପତି ଜୈମୁନୀ ମହାନ୍ତଙ୍କ ପୌରହିତ୍ଵରେ ଆୟୋଜିତ ଏହି ବୈଠକରେ ସେନାର ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁଡୁମୀ ଜାତିର ଦାବି ଏବଂ ସମସ୍ୟା ପ୍ରତି ଗୁରୁତ୍ଵଦେଇ ସେମାନଙ୍କର ଅ।ର୍ଥିକ ସାମାଜିକ ବିକାଶ ପାଇଁ ଏକ ବିକାଶ ପରିଷଦ ଗଠନ ଘୋଷଣା କରିଥିବାରୁ ତାଙ୍କୁ କୁଡୁମୀସେନା ପକ୍ଷରୁ ଧନ୍ୟବାଦ ଦିଆଯାଇଥିଲା।

ତେବେ କୁଡୁମୀ ସମ୍ପ୍ରଦାୟକୁ ଜନଜାତି ତାଲିକାଭୁକ୍ତ କରିବାକୁ ଦୀର୍ଘ ବର୍ଷ ଧରି ଆନ୍ଦୋଳନ କରାଯାଉଛି। ତେବେ ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଥିଲା। ଏହି ସମାବେଶରେ କୁଡୁମୀ ସେନାର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଅଂଶଗ୍ରହଣ କରି ଏହି ଆନ୍ଦୋଳନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ଵାନ ଦେଇଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା କୁଡୁମୀ ସମ୍ପ୍ରଦାୟର ପୁରୁଷ ମହିଳାମାନେ ଯୋଗଦେଇଥିଲେ।

Comment