ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପ୍ୟାର କା ପଞ୍ଚନାମା, ସୋନୁ କେ ଟିଟୁ କେ ସ୍ୱଇଟି ଭଳି ସୁପରହିଟ୍‌ ଫିଲ୍ମ ଦେଇସାରିଥିବା କାର୍ତ୍ତିକ ଆର୍ୟନ ଭାଲେଣ୍ଟାଇନ୍ସ ୱିକ୍‌ରେ ନିଜ ମନର କଥା ଫ୍ୟାନ ମାନଙ୍କ ସହ ଶେୟାର କରିଛନ୍ତି, ଏବଂ ନିଜ ଆଫେୟାରର୍ସ ବାବଦରେ ମଧ୍ୟ କହିଛନ୍ତି।

ଆୟର୍ନ କହିଛନ୍ତି ତାଙ୍କର କେବଳ ଆଉ କେବଳ ସମର୍ପିତ ସମ୍ପର୍କ ତାଙ୍କ କାମ ପ୍ରତି ଅଛି। ଏକ ପତ୍ରିକାକୁ ସାକ୍ଷାତକାର ଦେଇ ସେ ଏପରି କହିଛନ୍ତି।

ସେ କହିଛନ୍ତି,”ମୁଁ ମୋ ଆଗାମୀ ଫିଲ୍ମର ସୁଟିଂ ଏବଂ ‘ଲୁକା ଛୁପି’ର ପ୍ରମୋସନରେ ବିଜି ଅଛି। ଏବେ ଲାଗି ମୋ ସମ୍ପର୍କ କେବଳ ମୋ କାମ ଓ ଫ୍ୟାନ ମାନଙ୍କ ସହ ଅଛି। ମୋ ଜୀବନରେ ଏବେ କେହି ବି ନାହାନ୍ତି। ମୁଁ ଖୁସି ଓ ଆନନ୍ଦରେ ଅଛି।”

ତେବେ କାର୍ତ୍ତିକ ସିଙ୍ଗଲ ଥିବା ନିଜେ କହିବା ପରେ ତାଙ୍କ ଫିମେଲ ଫ୍ୟାନ୍‌ ମାନେ ଖୁସି ଅଛନ୍ତି।

Comment