ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କେନ୍ଦ୍ରାଞ୍ଚଳ ଆର୍‌ଡିସି ହେଲେ ଅନିଲ ସାମଲ
  • ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ହେଲେ ବିଭୂତି ପଟ୍ଟନାୟକ
  • ଜଗତସିଂହପୁର ଜିଲ୍ଲାପାଳ ହେଲେ ଗୁହା ପୁନମ୍ ତାପସ କୁମାର
  • ରାୟଗଡ଼ା ଜିଲ୍ଲାପାଳ ହେଲେ ପ୍ରମୋଦ କୁମାର ବେହେରା
  • ଅନୁଗୁଳ ଜିଲ୍ଲାପାଳ ହେଲେ ମନୋଜ କୁମାର ମହାନ୍ତି

ଆଇଏଏସ୍‌ ସ୍ତରରେ ବ୍ୟାପକ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।

ଅନିଲ ସାମଲଙ୍କୁ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର (ଆର୍‌ଡିସି) ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ବିଭୂତି ପଟ୍ଟନାୟକଙ୍କୁ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଅନିଲ ସାମଲ ଅନୁଗୁଳର ଜିଲ୍ଲାପାଳ ଥିଲେ।

ଜଗତସିଂହପୁର ଜିଲ୍ଲାପାଳ ଥିବା ଯାମିନୀ ଷଡ଼ଙ୍ଗୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। ଜଗତସିଂହପୁର ଜିଲ୍ଲାପାଳ ଭାବେ ଗୁହା ପୁନମ୍ ତାପସ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି।

ଶୁଭମ୍ ସାକ୍ସେନାଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ବିଭୂତି ଭୂଷଣ ଦାସଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ, ପ୍ରମୋଦ କୁମାର ବେହେରାଙ୍କୁ ରାୟଗଡ଼ା ଜିଲ୍ଲାପାଳ, ମନୋଜ କୁମାର ମହାନ୍ତିଙ୍କୁ ଅନୁଗୁଳ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ସମର୍ଥ ବର୍ମାଙ୍କୁ ବିଏମ୍‌ସି କମିଶନର ଭାବେ ନିଯୁକ୍ତି ଦିଆଯାଇଛି।

Comment