ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ମାର୍ଚ୍ଚ ୩୧ରୁ ଝାରସୁଗୁଡ଼ାରୁ ନିୟମିତ ବିମାନ ଉଡ଼ାଣ ଆରମ୍ଭ ହେବ। ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ଏସ୍‌କେ ଚୌହାନ ଏନେଇ ସୂଚନା ଦେଇଛନ୍ତି।

ତେବେ ଦେଶର ୩ଟି ସ୍ଥାନ ତଥା ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ସ୍ପାଇସ୍‌ ଜେଟ୍‌ ଉଡ଼ିବା ନେଇ ସୂଚନା ମିଳିଛି। ସ୍ପାଇସ୍‌ ଜେଟ୍‌ କର୍ତ୍ତୁପକ୍ଷଙ୍କ ବିମାନବନ୍ଦର ପରିଦର୍ଶନ ପରେ ଏହା ଘୋଷଣା କରାଯାଇଛି।

ତେବେ ପୂର୍ବରୁ ଝାରସୁଗୁଡା ବିମାନ ବନ୍ଦରକୁ କମର୍ସିଆଲ ବିମାନ ଚଳାଚଳ ପାଇଁ ପୂର୍ବରୁ ସୂଚନା ଦେଇଥିଲେ କେନ୍ଦ୍ର ସରକାର। ଦେଶର ୬ଟି ସହରରକୁ ଝାରସୁଗୁଡାରୁ ବିମାନ ଚଳାଚଳ କରିବ।

Comment