ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ରିଜର୍ଭ ବ୍ୟାଙ୍କ ଗତ ଗୁରୁବାର ଦେଶରେ ରେପୋ ରେଟ କମ୍‌ କରିଥିଲା। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଏକ ନୂଆ ଅଫର। ଶନିବାର ଏସ୍‌ବିଆଇ ତା’ର ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ ଗୃହ ଋଣରେ ସୁଧ ହାର କମ୍‌ କରିଛି। ଏସ୍‌ବିଆଇ ଏହି ସୁଧ ହାର ୦.୦୫ ପ୍ରତିଶତ କମ୍‌ କରିଛି। ସୁଧହାର କମ୍‌ ପରେ ଏଣିକି ଗ୍ରାହକଙ୍କ ଇଏମ୍‌ଆଇ ବା କିସ୍ତି ପୂର୍ବ ଅପେକ୍ଷା କମ୍‌ ହେବ।

“ଭାରତରେ ରେପୋ ରେଟ କମିବା ପରେ ଏସ୍‌ବିଆଇ ହେଉଛି ପ୍ରଥମ ବ୍ୟାଙ୍କ, ଯିଏ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ ଗୃହ ଋଣରେ ସୁଧ ହାର କମ୍‌ କରିଛି”, ଏସ୍‌ବିଆଇ ଚେୟାରମ୍ୟାନ ରଜନୀଶ କୁମାର କହିଛନ୍ତି।

ଗୁରୁବାର ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମୁଦ୍ରାନୀତି କମିଟି ରେପୋ ରେଟ୍‌ରେ ୦.୨୫ ପ୍ରତିଶତ ହ୍ରାସ କରିଥିଲେ। ଏହା ଗୃହ ଋଣର ସୁଧ ହାର ଉପରେ ପ୍ରଭାବ ପକାଇବା ସଙ୍ଗେ ସଙ୍ଗେ ଇଏମଆଇ ବା କିସ୍ତିର ପରିମାଣ ହ୍ରାସ ହେବ ବୋଲି କୁହାଯାଇଥିଲା। ବର୍ତ୍ତମାନ ଭାରତରେ ଏସ୍‌ବିଆଇ ହେଉଛି ପ୍ରଥମ ବ୍ୟାଙ୍କ, ଯିଏ ଗୃହ ଋଣରେ ସୁଧ ହାର କମ୍‌ କରିଛି।

Comment