ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରସ୍ୱତୀ ପୂଜା ଭୋଗ ଖାଇ ୩୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏଭଳି ଘଟଣା ଘଟିଛି ବାରିପଦା ରଙ୍ଗମାଟିଆ ପ୍ରାଥମିକ ବିଦ୍ୟାଳୟରେ।

ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରବିବାର ସରସ୍ୱତୀ ପୂଜା ଅବସରରେ ବିଦ୍ୟାଳୟରେ ଭୋଗ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି।

ତେବେ ବର୍ତ୍ତମାନ ଅସୁସ୍ଥ ଛାତ୍ରଛାତ୍ରୀ ଚିକିତ୍ସିତ ହେଉଥିଲାବେଳେ ଘଟଣାର କାରଣ ଜଣାପଡ଼ିନି।

ଅନ୍ୟପକ୍ଷରେ ସମାନ ପରିସ୍ଥିତି ଝାଡ଼ଖଣ୍ଡର ଏକ ସ୍କୁଲରେ ଦେଖାଯାଇଥିଲା। ରବିବାର ବିଦ୍ୟାଳୟରେ ଭୋଗ ଖାଇବା ପରେ ୫୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏବେ ସମସ୍ତ ଛାତ୍ରଛାତ୍ରୀ ଠିକ୍‌ ଥିବା ସୂଚନା ମିଳିଛି।

Comment