ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେବକି ଫିଲ୍ମ ଭେନଞ୍ଚର୍ସର ଦ୍ୱିତୀୟ ଅବଦାନ ‘ଚାଲ ଟିକେ ପ୍ରେମ କରିବା’ର ଶୁଭ ମହୁରତ ସୋମବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ପ୍ରେସ କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି। ତ୍ରିକୋଣୀୟ ଲଭ୍‌ ଷ୍ଟୋରୀ ଉପରେ ଆଧାରିତ ଏହି ଫିଲ୍ମଟି ଆସନ୍ତା ରଜରେ ମୁକ୍ତିଲାଭ କରିବ ବୋଲି ଫିଲ୍ମ ନିର୍ଦ୍ଦେଶକ ସରୋଜ କାନ୍ତ କହିଛନ୍ତି।

ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଦେବରାଜ ନାୟକ ଭୂମିକାରେ ଅଭିନୟ କରୁଛନ୍ତି। ଚିନ୍ମୟୀ ପ୍ରିୟଦର୍ଶିନୀ ଏବଂ ଲିପ୍‌ସାଙ୍କୁ ନାୟିକା ଭାବେ ଏହି ଫିଲ୍ମରେ ଦେଖିବାକୁ ମିଳିବ।

ଏଥିସହ ଅନ୍ୟାନ୍ୟ ପ୍ରଜ୍ଞା, ଗୁତୁଆ, ଭବାନି, ରବି, ସଲିଲ, ଫକୁ, ଜୀବନ ପଣ୍ଡା, କାଳି ଏବଂ ଆଦିତ୍ୟ ଆଦିଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମର ଟାଇଟଲ ଗୀତଟି ହ୍ୟୁମାନ ସାଗର ଏବଂ ତପୁ ମିଶ୍ର  ଗାଇଥିବା ବେଳେ ଅଭିଜିତ ମଜୁମଦାର ଏବଂ ଅର୍ପିତା ମଧ୍ୟ କଣ୍ଠଦାନ କରିଛନ୍ତି ।

୨୦୧୭ରେ ଦେବକି ଭେଞ୍ଚର୍ସର ପ୍ରଥମ ଫିଲ୍ମ ‘ତୋ ପ୍ରେମରେ ପଡ଼ିଲା ପରେ’ ପରଦାକୁ ଆସିଥିଲା।

Comment