ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଓଡ଼ିଶାରେ ପିଏମ୍‌ କିଷାନ ଯୋଜନା ଲାଗୁ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଚିଠିରେ ନବୀନ ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ସ୍ୱାଗତ କରିଛନ୍ତି।

ଏହି ଯୋଜନାରେ ଭୂମିହୀନ, ଭାଗଚାଷୀ ଓ ଶ୍ରମିକଙ୍କୁ ସାମିଲ କରିବାକୁ ନବୀନ ଚିଠିରେ ମୋଦିଙ୍କୁ ଜଣାଇଛନ୍ତି।

ମୋଦିଙ୍କୁ ନବୀନ ଲେଖିଥିବା ଚିଠିରେ କାଳିଆ ଯୋଜନା ସମ୍ପର୍କରେ ଅବଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ କାଳିଆ ଯୋଜନାରେ ୯୨ ପ୍ରତିଶତ ଚାଷୀ, ଭାଗଚାଷୀ, ଭୂମିହୀନ କେମିତି ଉପକୃତ ହେବେ ସେନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ନବୀନ ଆହୁରି ଲେଖିଛନ୍ତି ଯେ ଗତ ଜାନୁଆରି ମାସରୁ କାଳିଆ ଯୋଜନା ରାଜ୍ୟରେ ଲାଗୁ ହୋଇଛି। ଚାଷୀ ପରିବାରଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଟଙ୍କା ପହଞ୍ଚି ସାରିଛି। ଏଣୁ ପିଏମ୍‌ କିଷାନ ଯୋଜନାରେ କାଳିଆ ଯୋଜନାର ସୁବିଧା ସାମିଲ କରାଗଲେ ଚାଷୀଙ୍କୁ ଉନ୍ନତମାନର ସୁବିଧା ମିଳିପାରନ୍ତା।

Comment