ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୧୧ଠାରୁ ବିଜେଡି ସରକାର ବିରୋଧରେ ବିଜେପିର ‘ଜନ ଅଦାଲତ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଜନ ଅଦାଲତ କରାଯିବ।

ଅଦାଲତରେ ସ୍ଥାନୀୟ ସାଂସଦ ଓ ବିଧାୟକଙ୍କୁ ଡକାଯିବ। ଅଦାଲତରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଓ ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ପାଇବେ ସ୍ଥାନୀୟ ଲୋକ।

ଆଜି ପ୍ରଥମ ଦିନରେ ବ୍ରହ୍ମପୁର, ପୁରୀ, କଳାହାଣ୍ଡିରେ ଜନ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଫେବ୍ରୁଆରୀ ୧୨ରେ ଜନ ଅଦାଲତ ମୟୂରଭଞ୍ଜ, କେନ୍ଦ୍ରପଡ଼ା, ସମ୍ବଲପୁରରେ କରାଯିବ ବୋଲି ବିଜେପି ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।

ଏହି କ୍ରମରେ ବିଭିନ୍ନ ସ୍ଥାନରେ ଜନ ଅଦାଲତ କରାଯିବ। ନିର୍ବାଚନ ପୂର୍ବରୁ ବିଜେପି ଜନ ଅଦାଲତ କରି ଏକ ନୂଆ ରଣନୀତି ଆରମ୍ଭ କରିଛି। ତେବେ ଏହି ରଣକୌଶଳ ବିଜେପି ପାଇଁ କେତେ ଲାଭଦାୟୀ ହେବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

Comment