ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସରସ୍ୱତୀ ପୂଜା ଅବସରରେ କଟକର ବୃନ୍ଦାବନ ସିନେମା ହଲ୍‌ରେ ରଲିଜ୍‌ ହୋଇଛି ‘ପ୍ରେମରେ ରଖିଛି ଶହେରୁ ଶହେ’। ଏହା ହେଉଛି ଏହି ଚଳଚ୍ଚିତ୍ରର ଟାଇଟଲ୍ ଗୀତ। ଏହାର ଟାଇଟଲ ଗାଇଛନ୍ତି ଆଶୁତେଷ ଓ ଇରା ମହାନ୍ତି। ରାସେଶ୍ୱରୀ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ନିବେଦିତ ଏହି ଚଳଚ୍ଚିତ୍ରର ଅଭିନୟ ନିର୍ଦ୍ଦେଶନା ଓ ସଙ୍ଗୀତ ନିର୍ଦ୍ଦେଶନାରେ ଅଛନ୍ତି ଓଲିଉଡ୍‌ର ସଫଳ ଯୋଡ଼ି ସଞ୍ଜୟ ଓ ମଳୟ। ଅଭିନୟରେ ଜ୍ୟୋତିଙ୍କ ସହ ଦେଖାଦେବେ ଅଭିନେତ୍ରୀ ରିୟା। ତେବେ ଏହି ଫିଲ୍ମରେ ଜ୍ୟୋତି ଏବଂ ରିୟାଙ୍କ ପ୍ରେମ କାହାଣୀ ଦର୍ଶକ ଦେଖିବାକୁ ପାଇବେ। ଭିନ୍ନ ଏକ କାହାଣୀ ଉପରେ ଅଧାରିତ ଏହି ଫିଲ୍ମରେ ଡବଲ୍‌ ରୋଲ୍‌ରେ ନଜର ଆସୁଛନ୍ତି ଅଭିନେତ୍ରୀ ରିୟା।

ହୃଦୟ ଚିରି ହୂଅନ୍ତା ଯଦି ମୁଁ ଦେଖେଇ ଦିଅନ୍ତି ତତେ, ଛାତିରେ ଦେଲୁ ଜେତେ ଜଖମ, ପ୍ରେମ ପ୍ରେମ ପ୍ରେମ ଏମିତି ଅନେକ ମନୁଛୁଆଁ ଗୀତ ରହିଛି। ଏହି ଗୀତସବୁ ଦର୍ଶକଙ୍କ ମନରେ ଉତ୍ସାହ ସୃଷ୍ଟି କରିବା ସହ ଦର୍ଶକଙ୍କ ମନ ଛୁଇଁବ ବୋଲି ଆଶା କରିଛନ୍ତି ଚଳଚ୍ଚିତ୍ର ନିର୍ଦ୍ଦେଶକ ବିରଞ୍ଚି ନାରାୟଣ ପଣ୍ଡା ଓ ଦିଲ୍ଲୀପ କୁମାର ଦାସ। ଫିଲ୍ମରେ ଐଶ୍ୱର୍ଯ୍ୟ, ଅନୁରାଧା ପ୍ରମୁଖ କଳାକାର ଭାବେ ନଜର ଆସିବେ।

ପ୍ରେମ ପରୀକ୍ଷାରେ ଏମାନଙ୍କ ରେଜଲ୍ଟ କ୩ର ହେଉଛି ତାହା ଜଣାପଡ଼ିବ ଆଉ ମାତ୍ର କିଛିଟା ଦିନ ପରେ।

Comment