ଓଡ଼ିଶାଲାଇଭ୍‌ ବ୍ୟୁରୋ

“ୟୁପିରେ ସରକାର ଗଠନ ନକରିବା ଯାଏଁ ଶାନ୍ତିରେ ବସିବୁନି। ଦେଶର ଚୌକିଦାର ରାଫେଲ ଚୋରି କରିଛନ୍ତି। ଅନୀଲ ଅମ୍ବାନିଙ୍କୁ ୩୦ ହଜାର କୋଟି ଫାଇଦା ଦେଇଛନ୍ତି ମୋଦି ସରକାର। ୟୁପିରେ ଅନ୍ୟାୟ ହେଉଛି,” ପ୍ରିୟଙ୍କାଙ୍କ ରୋଡ ଶୋ’ରେ ସାମିଲ ହୋଇ ରାହୁଲ ଗାନ୍ଧି ରଣହୁଙ୍କାର ଦେଇଛନ୍ତି।

ରୋଡ ଶୋ’ରେ ଭାଇ ଭଉଣୀ ରାଫେଲ ବିମାନ ପୋଷ୍ଟର ଦେଖାଇଛନ୍ତି। ଲକ୍ଷ୍ନୌ ରୋଡରେ ‘ଚୌକିାଦାର ଚୋର ହୈ’ ଲେଖାଥିବା ପୋଷ୍ଟର ମଧ୍ୟ ଦେଖିବାକୁ ମଳିଛି।

ମିଶନ ଉତ୍ତରପ୍ରଦେଶରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଓ ସଭାପତି ରାହୁଲ ଗାନ୍ଧିଙ୍କ ରୋଡ ଶୋ’କୁ ଅଧାବାଟରେ ରୋକିବାକୁ ପଡ଼ିଥିଲା। ବିଜୁଳି ତାର ପାଇଁ ବସ୍‌ରୁ ଓହ୍ଲାଇ ଅନ୍ୟ ଏକ ଗାଡ଼ିରେ ରୋଡ୍‌ ଶୋ’ ଜାରି ରଖିଛନ୍ତି ଭାଇ ଭଉଣୀ।

ଦାୟିତ୍ୱ ନେବା ପରେ ଏହା ପ୍ରିୟଙ୍କା ପ୍ରଥମ ଉତ୍ତରପ୍ରଦେଶ ଗସ୍ତ। ଲକ୍ଷ୍ନୌ ଏୟାରପୋର୍ଟରୁ କଂଗ୍ରେସ କାର୍ଯ୍ୟାଳୟ ଯାଏଁ ପ୍ରିୟଙ୍କାଙ୍କ ମେଗା ରୋଡ ଶୋ’ରେ ଉତ୍ତରପ୍ରଦେଶ ପଶ୍ଚିମାଞ୍ଚଳ ପ୍ରଭାରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ପ୍ରଦେଶ ଅଧ୍ୟକ୍ଷ ରାଜ ବବ୍ବର ସାମିଲ ହୋଇଛନ୍ତି। ପ୍ରିୟଙ୍କା ଏହି ରୋଡ୍‌ ଶୋ’ ବିଶାଳ ଜନ ସମାଗମ ହୋଇଛି।

ପ୍ରିୟଙ୍କାଙ୍କ  ସ୍ୱାମୀ ରବର୍ଟ ଭଦ୍ରା ଆଜିର ରୋଡ ଶୋ’ ପାଇଁ ସୋସିଆଲ ମିଡିଆ ଜରିଆରେ ଶୁଭ କାମନା ଜଣାଇଛନ୍ତି। ପ୍ରିୟଙ୍କା ୪ ଦିନ ଉତ୍ତରପ୍ରଦେଶରେ ରହିବେ ଓ ଦଳୀୟ କର୍ମୀଙ୍କୁ ଭେଟି ନିର୍ବାଚନ ରଣନୀତି ଉପରେ ଆଲୋଚନା କରିବେ।

Comment