ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ସୋମବାର ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟା ରଜନୀକାନ୍ତ ପାରମ୍ପରିକ ରୀତିନୀତିରେ ବିବାହ କରିଛନ୍ତି। ଅଭିନେତା ବିଶଗନ୍‌ ବାନଙ୍ଗମୁଡିଙ୍କ ସହ ସୌନ୍ଦର୍ଯ୍ୟା ବିବାହ କରିଛନ୍ତି। ଚେନ୍ନାଇର ପଞ୍ଚତାରକା ହୋଟେଲ ଲୀଲା ପାଲେସରେ ଏହି ବିବାହ ସମ୍ପନ୍ନ ହୋଇଛି। ସେଥିପାଇଁ ବିବାହର ତିନି ଦିନ ପୂର୍ବରୁ ପ୍ରି-ୱେଡିଙ୍ଗ୍‌ ସେଲିବ୍ରେସନ ଚାଲିଥିଲା।

ସବୁଠୁ ବଡ଼ କଥା ଝିଅ ବିବାହ ସେଲିବ୍ରେସନରେ ରଜନୀକାନ୍ତଙ୍କ ଡ୍ୟାନ୍ସ, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଭିଡିଓରେ ରଜନୀକାନ୍ତ ନୀଳ ରଙ୍ଗର କୁର୍ତ୍ତାରେ ବହୁତ ଖୁସି ଥିବାର ନଜର ଆସିଛନ୍ତି। ଛୋଟ ପିଲାଙ୍କ ସହ ତାଳ ମିଶାଇ ରଜନୀକାନ୍ତ ଡ୍ୟାନ୍ସ କରୁଛନ୍ତି।

ସୌନ୍ଦର୍ଯ୍ୟାଙ୍କ ବିବାହରେ ବହୁ ବଡ଼ ବଡ଼ ବ୍ୟକ୍ତି ସାମିଲ ହୋଇଥିଲେ। ସୁପରଷ୍ଟାର କମଲହସନ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥିରୁ ଏଡ୍ଡାପାଡୀ କେ ପଲନିସ୍ୱାମୀ ଏହି ବିବାହରେ ଉପସ୍ଥିତ ଥିଲେ। ଏହି ବିବାହର ସେଲିବ୍ରେସନକୁ ଗୋପନ ରଖାଯାଇଥିଲା। ବର୍ତ୍ତମାନ ନବ ବିବାହିତ ଯୋଡ଼ିଙ୍କ ଫଟୋ ଇଣ୍ଟରନେଟ୍‌ରେ ଖୁବ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ସୌନ୍ଦର୍ଯ୍ୟା ରଜନୀକାନ୍ତଙ୍କ ଏହା ହେଉଛି ଦ୍ୱିତୀୟ ବିବାହ। ପ୍ରଥମ ବିବାହରେ ତାଙ୍କର ପୁଅ ଟିଏ ମଧ୍ୟ ଅଛି। ନିଜ ମେହେନ୍ଦି ସେରିମନୀର କିଛି ଫଟୋ ସୋଲିଆଲ ମିଡିଆରେ ସେୟାର କରି ସୌନ୍ଦର୍ଯ୍ୟା ଲେଖିଥିଲେ, “ ଏହି ବିହାହରେ ମୁଁ ମୋ ଖୁସିକୁ ବ୍ୟକ୍ତ କରିପାରୁନି, ମୋ ଜୀବନର ତିନି ମହତ୍ୱପୂର୍ଣ୍ଣ ପୁରୁଷ..ମୋ ପ୍ରିୟର ବାପା..ମୋ ପୁଅ ଏବଂ ମୋ ବିଶଗନ୍‌।”

Comment