ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସସ୍‌ପେନ୍ସ ଭରା ଫିଲ୍ମ ‘ବଦ୍‌ଲା’ର ଟ୍ରେଲର ରିଲିଜ ହୋଇଛି।

ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଆଗାମୀ ଫିଲ୍ମ ‘ବଦ୍‌ଲା’ର ଟ୍ରେଲର ମଙ୍ଗଳବାର ରିଲିଜ ହୋଇଛି। ଏହି ଫିଲ୍ମରେ ଅଭିନେତ୍ରୀ ତାପସୀ ପନ୍ନୁ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମରେ ଅମିତାଭ ବଚ୍ଚନ ଜଣେ ଓକିଲ ଚରିତ୍ରରେ ଅଭିନୟ କରିଛନ୍ତି।

୨ମିନିଟ ୨୧ ସେକେଣ୍ଡର ଏହି ଟ୍ରେଲର୍‌ ଆରମ୍ଭରେ ଅମିତାଭଙ୍କ ଦମ୍‌ଦାର୍ ଡାଇଲଗ୍‌ ଦର୍ଶକଙ୍କ ମନକୁ ଛୁଇଁଛି। “ବଦଲା ଲେନା ହର ବାର ସହି ନେହି ହୋତା, ଲେକିନ୍‌ ମାଫ୍‌ କରଦେନା ଭି ହର୍‌ ବାର୍‌ ସହି ନେହିଁ ହୋତା”। ସସ୍‌ପେନ୍ସକୁ ଭରା ଏହି ଫିଲ୍ମ ମର୍ଡର ମିଷ୍ଟ୍ରୀକୁ ନେଇ ନିର୍ମାଣ କରାଯାଇଛି।

ଟ୍ରେଲର ପ୍ରଥମରେ ତାପସୀଙ୍କ ବୟଫ୍ରେଣ୍ଡ ଅର୍ଜୁନଙ୍କ ହତ୍ୟା ହୋଇଯାଉଥିବା ଦେଖିବାକୁ ମିଳିଛି। ଅମିତାଭ କିଭଳି ଭାବେ ସେ ଏହି ମର୍ଡର ମିଷ୍ଟ୍ରୀକୁ ସଲ୍‌ଭ କରୁଛନ୍ତି, ତାକୁ ପରଦା ଉପରେ ଦେଖାଯାଇଛି।

ନିର୍ଦ୍ଦେଶକ ସୁଜୟ ଘୋଷ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ମର୍ଡର ମିଷ୍ଟ୍ରୀ ତଥା ସସ୍‌ପେନ୍ସ ଭରା ଏହି ଫିଲ୍ମ ଆସନ୍ତା ମାର୍ଚ୍ଚ ୮ ତାରିଖରେ ରିଲିଜ ହେବାକୁ ଯାଉଛି। ଅଭିନେତ୍ରୀ ତାପସୀ ଏହି ଫିଲ୍ମରେ ଅମିତାଭଙ୍କ ସହ ଦ୍ୱିତୀୟ ଥର ପାଇଁ ଅଭିନୟ କରିଛନ୍ତି। ଏହା ପୂର୍ବରୁ ଉଭୟଙ୍କୁ ‘ପିଙ୍କ୍‌’ ଫିଲ୍ମରେ ଦେଖିବାକୁ ମିଳିଥିଲା।

Comment