ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଆସିବେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା। ସେ ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର।

ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ଆସନ୍ତା ୧୪ ଓ ୧୫ ତାରିଖ ଦୁଇଦିନ ଧରି ମୁଖ୍ୟ ନିର୍ବାଚନ କମିଶନର ରାଜ୍ୟର ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିବେ। ୧୫ ତାରିଖରେ ସେ ଫେରିଯିବେ।

ଏହାସହ ନିର୍ବାଚନ ପୂର୍ବରୁ ସଚେତନତା ପାଇଁ ସଚିବାଳୟରେ ମଙ୍ଗଳବାର ମକ୍‌ ପୋଲ କରାଯାଇଥିଲା। ମୁଖ୍ୟ ଶାସନ ସଚିବଙ୍କ ସମେତ ବହୁ ଅଧିକାରୀ ଏଥିରେ ସାମିଲ ହୋଇଥିଲେ। ମକ୍‌ ପୋଲରେ ଇଭିଏମ୍‌, ଭିଭିପାଟ ବ୍ୟବହାର ନେଇ ଅଧିକାରୀ ଓ ସଚିବାଳୟ କର୍ମଚାରୀଙ୍କୁ ତାଲିମ୍‌ ଦିଆଯାଇଥିଲା। ମୁଖ୍ୟ ନିର୍ବାଚନର ଅଧିକାରୀ ଏନେଇ ସଚେତନ ମଧ୍ୟ କରାଇଥିଲେ। ମୁଖ୍ୟ ଶାସନ ସଚିବ ପ୍ରଥମ ମକ୍‌ ଭୋଟ ଦେଇଛନ୍ତି।

Comment