ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସୋସିଆଲ ମିଡିଆର ସେନସେସନ କୁହାଯାଉଥିବା ପ୍ରିୟା ପ୍ରକାଶ ଇଣ୍ଟରନେଟରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଗତବର୍ଷ ଭାଲେଣ୍ଟାଇନ୍ସ ଡେରେ ପ୍ରିୟାଙ୍କ ଏକ ଭିଡ଼ିଓ ଅନେକ ରେକର୍ଡ କାଟିଥିଲା।

ସେହିପରି ଏ ବର୍ଷ ଭାଲେଣ୍ଟାଇନ୍ସ ଡେକୁ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ପ୍ରିୟାଙ୍କ ଏକ ଭିଡ଼ିଓକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ପ୍ରିୟାଙ୍କ ଡେବ୍ୟୁ ଫିଲ୍ମ ‘ଉର ଅଦାର ଲଭ୍‌’ ଆଉ କିଛିଦିନ ପରେ ରିଲିଜ ହେବ। ଫିଲ୍ମ ରିଲିଜ୍‌ ହେବା ଆଗରୁ ଏହାର ଏକ ସିନ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କିସ୍‌ ଡେ ଆଗରୁ ଫିଲ୍ମରେ ପ୍ରିୟା ପ୍ରକାଶ ଏବଂ ତାଙ୍କ ଅପୋଜିଟ୍‌ରେ ଅଭିନୟ କରୁଥିବା ରୋଶନ ଅବଦୁଲଙ୍କ ଲିପ୍‌ ଲକ୍‌ ସିନ୍‌ ଏବେ ଟ୍ରେଣ୍ଡ କରୁଛି। ଅନେକ ଏହାକୁ ନେଇ ପ୍ରଶଂସା କରୁଥିବା ବେଳେ ଆଉ କେହି ଏହାକୁ ଅନ୍ୟ ଫିଲ୍ମରେ ଥିବା ଲିପ୍‌ଲକ୍‌ସିନ୍‌ ସହ ତୁଳନା କରିବା ଆରମ୍ଭ କରିଦେଇଛନ୍ତି।  

ଯେବେଠୁ ଫିଲ୍ମ ମେକର୍ସ ଫିଲ୍ମର ଏହି ସିନ୍‌କୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ସେବଠୁ ଏହା ଯେମିତି ଖବରରେ ହିଁ ଅଛି। ଏହି ଭିଡ଼ିଓକୁ ୨୦ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଏହା ସହିତ ଅନେକ ଲାଇକ୍‌, କମେଣ୍ଟ ଓ ଶେୟାର ବି କରାଯାଉଛି।

Comment