ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ମାଘ ସପ୍ତମୀ। ଏହି ଅବସରରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ବଡ଼ି ଭୋରରୁ ତିନି ଠାକୁରଙ୍କ ମହାସ୍ନାନ ସହ ସ୍ୱତନ୍ତ୍ର ନୀତି ହୋଇଥିଲା। ଏହାସହ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ସାଧୁ ସନ୍ଥମାନେ ମଧ୍ୟ ଚନ୍ଦ୍ରଭାଗାରେ ସ୍ନାନ କରିଥିଲେ। ପରମ୍ପରା ଅନୁଯାୟୀ ମାଘ ସପ୍ତମୀ ଦିନ ବୁଡ଼ ପକାଇଲେ ପାପ କ୍ଷୟ ହେବା ସହ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଶ୍ରଦ୍ଧାଳୁମାନଙ୍କ ବିଶ୍ୱାସ ରହିଛି।

କୋଣାର୍କ ଏନ୍ଏସି ପଡ଼ିଆରେ ତିନି ଠାକୁରଙ୍କୁ ଭୋଗ ଲାଗି କରାଯାଇଥିଲା। ଏହାପରେ ତିନି ଠାକୁର କୋଣାର୍କ ମେଡିକାଲ ଛକରେ ଏକାଠି ହେବା ପରେ ଏକ ବିଶାଳ ଶୋଭାଯାତ୍ରାରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପ ଉଦ୍ଦେଶ୍ୟରେ ବାହାରିଥିଲେ।

ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷିତ ସାମୁଦ୍ରିକ ସ୍ନାନ ପାଇଁ ସ୍ୱତନ୍ତ୍ର ଲାଇଭ୍‌ ଗାର୍ଡର ବ୍ୟବସ୍ଥା କରାଯାଇଛି। ଚନ୍ଦ୍ରଭାଗାରେ ୩୦ ପ୍ଲାଟୁନ୍‌ ପୋଲିସ୍‌ ମୁତୟନ କରାଯାଇଛି।

Comment