ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉନ୍ମୋଚିତ ହେଲା ଅଟଳ ବିହାରୀ ବାଜପେୟୀଙ୍କ ଚିତ୍ର।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସଂସଦ ଭବନରେ ପୂବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତୈଳଚିତ୍ର ଉନ୍ମୋଚିନ କରିଛନ୍ତି।

ଏହି ଅବସରରେ ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ।

ସଂସଦର ପୋଟ୍ରେଟ ସମିତିର ଅଧ୍ୟକ୍ଷ, ସ୍ପିକର୍‌ ସୁମିତ୍ରା ମହାଜନ ୧୨ ତାରିଖରେ ବାଜପେୟୀଙ୍କ ଏହି ଚିତ୍ର ଲଗାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ତୈଳ ଚିତ୍ରକୁ ଚିତ୍ରକାର କୃଷ୍ଣ କହ୍ନାଇ ତିଆରି କରିଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅନାବରଣ ଅବସରରେ କହିଲେ, “ଅଟଳ ବିହାରୀ ବାଜପେୟୀ ଭାରତରେ ଜଣେ ମହାନ୍‌ ନେତାମାନଙ୍କ ମଧ୍ୟରେ ଜଣେ। ୧୯୯୮ରେ ପୋଖରଣରେ ପରମାଣୁ ପରୀକ୍ଷଣ ଏବଂ ୧୯୯୯ରେ କାରଗିଲ ଯୁଦ୍ଧ ସମୟରେ ଏକ ମହତ୍ୱପୂର୍ଣ୍ଣ ନିଷ୍ପତି ନେଇଥିଲେ ଯାହା ଏକ ଉଦାହରଣ ହୋଇକି ରହିଛି। ଅଟଳ ବିହାରୀ ବାଜପେୟୀ ଜଣେ ଶାନ୍ତିପ୍ରିୟ କିନ୍ତୁ ଶକ୍ତିଶାଳି ନେତା ଥିଲେ।”

ଏହି ଅବସରରେ ଅଟଳ ବିହାରୀ ବାଜପେୟୀ ସବୁବେଳେ ସଂସଦର ସେଣ୍ଟ୍ରାଲ ହଲ୍‌ରେ ରହିବେ। ଏବଂ ନେତାମାନଙ୍କୁ ଆଶୀର୍ବାଦ ଦେବେ।

Comment