ଓଡ଼ିଶାଲାଇଭ୍ ବ୍ୟୁରୋ

କେବଳ ସମାବେଶ କି ରାଲି ନୁହେଁ ଏଥର ସୋସିଆଲ ମିଡିଆରେ ନିର୍ବାଚନୀ ପ୍ରଚାର ପ୍ରସାର ଜୋର ଧରିଛି। ସୋସିଆଲ ମିଡ଼ିଆରେ ସ୍ଥିତି ଦୃଢ଼ କରିବା ପାଇଁ ନେତା ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲୁଛନ୍ତି।

ବିଏସ୍‌ପି ମୁଖ୍ୟ ମାୟାବତୀଙ୍କ ପରେ ଏବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ବି ଟୁଇଟରରେ ଏଣ୍ଟ୍ରି କରିଛନ୍ତି। ଆକାଉଣ୍ଟ ଖୋଲିବାର କିଛି ସମୟ ଭିତରେ ବିନା ଟୁଇଟରେ ହିଁ ତାଙ୍କ ଫଲୋୟର୍ସଙ୍କ ସଂଖ୍ୟା ଦେଢ଼ ଲକ୍ଷ ପାର କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରିୟଙ୍କା ୭ ଜଣଙ୍କୁ ଫଲୋ କରିଛନ୍ତି।

ସେମାନଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଉପମୁଖ୍ୟମନ୍ତ୍ରୀ, ସଚିନ ପାଇଲଟ, ଉତ୍ତରପ୍ରଦେଶ ପଶ୍ଚିମାଞ୍ଚଳ ପ୍ରଭାରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଅହମ୍ମଦ ପଟେଲ, ରଣଦୀପ ସୁରେଜୱାଲା ସାମିଲ ଅଛନ୍ତି।

ତେବେ ଏଯାଏଁ ପ୍ରିୟଙ୍କାଙ୍କ ଆକାଉଣ୍ଟରୁ କୌଣସି ଟୁଇଟ୍ ହୋଇନାହିଁ। କଂଗ୍ରେସ ନେତା ଶଶି ଥରୁର୍‌ ଟୁଇଟରରେ ପ୍ରିୟଙ୍କା ଗାନ୍ଧିଙ୍କୁ ସ୍ୱାଗତ ଜଣାଇଛନ୍ତି।

ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ପ୍ରିୟଙ୍କା ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି। ତାଙ୍କୁ କଂଗ୍ରେସ ମହାସଚିବ ଦାୟିତ୍ୱ ଦିଆଯାଇଛି। ଦାୟିତ୍ୱ ନେବା ପରେ ପ୍ରିୟଙ୍କା ସୋମବାର ଉତ୍ତରପ୍ରଦେଶରେ ଏକ ମେଗା ରୋଡ ଶୋ’ କରିଥିଲେ।

Comment