ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ବଲିଉଡ ବାଦଶାହ ଶାହାରୁଖ ଖାନ୍‌ ବିଗ୍‌ ବି ଅମିତାଭ ବଚ୍ଚନଙ୍କଠାରୁ ବଦଲା ନେବେ। ମଙ୍ଗଳବାର ଶାହାରୁଖ ଅମିତାଭ ବଚ୍ଚନଙ୍କୁ ଟ୍ୱିଟ କରି ଏ ବିଷୟରେ କହିଛନ୍ତି। ନିଜ ଟ୍ୱିଟରେ ଶାହାରୁଖ ଲେଖିଛନ୍ତି, “ମୁଁ ଆପଣଙ୍କୁଠାରୁ ବଦ୍‌ଲା ନେବାକୁ ଆସୁଛି ବଚ୍ଚନ ସାହେବ, ପ୍ରସ୍ତୁତ ରହିଥାନ୍ତୁ।”

ପ୍ରଥମ ଥର ପାଇଁ ଟ୍ୱିଟରେ ଏଭଳି କେହି ଷ୍ଟାର ଖୋଲାଖୋଲି ଭାବେ ଟକ୍କର ଦେବା ଭଳି କହିଛନ୍ତି। ତାହା ପୁଣି ବଲିଉଡର ଅଭିଜ୍ଞ ଅଭିନେତା ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ। ଏଭଳି ଟ୍ୱିଟ୍‌ ପ୍ରକାଶ ପାଇବା ପରେ ବର୍ତ୍ତମାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଯାଇଛି।

ବାସ୍ତବରେ କଥାଟି ହେଉଛି ଏଭଳି। ମଙ୍ଗଳବାର ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ବଦ୍‌ଲା’ର ଟ୍ରେଲର ରିଲିଜ ହୋଇଛି। ଅମିତାଭଙ୍କ ଆଗାମୀ ଫିଲ୍ମ ‘ବଦ୍‌ଲା’ ପାଇଁ ଶାହାରୁଖ ଏମିତି ଟୁଇଟ୍‌ କରିଛନ୍ତି। ଶାହାରୁଖଙ୍କ ଟ୍ୱିଟ୍‌ରେ ଅମିତାଭ୍ ରିପ୍ଲାଏ ଦେଇ କହିଛନ୍ତି, “ବଦ୍‌ଲା ନେବା ସମୟ ତ ପଳେଇଲା। ବର୍ତ୍ତମାନ ବଦଲା ଦେବା ସମୟ।”

‘ବଦ୍‌ଲା’ ଫିଲ୍ମର ପୋଷ୍ଟର ରିଲିଜ ପରେ ଶାହାରୁଖ ଏହା ଉପରୁ ପରଦା ଉଠାଇଛନ୍ତି। ନିଜ ଟ୍ୱିଟର ଆକାଉଣ୍ଟରେ ‘ବଦ୍‌ଲା’ ଫିଲ୍ମ ପୋଷ୍ଟର ସହ ଶାହାରୁଖ ଫିଲ୍ମ ବିଷୟରେ ସମ୍ୟକ ସୂଚନା ଦେଇଛନ୍ତି। ଏହି ପୋଷ୍ଟରରେ ଅମିତାଭ ବଚ୍ଚନ ଓ ତାପସୀ ପନ୍ନୁ ନଜର ଆସିଛନ୍ତି। ସୁଜୟ ଘୋଷ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମଟି ଆସନ୍ତା ମାର୍ଚ୍ଚ ୮ରେ ରିଲିଜ ହେବ।

Comment