ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ମୋଷ୍ଟ ଆୱେଟେଡ୍‌ ଫିଲ୍ମ ଲୁକା ଛୁପିର ତୃତୀୟ ଗୀତ ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ କାର୍ତ୍ତିକ ଆର୍ୟନ ଓ କ୍ରିତ୍ତି ସାନନ୍‌ ଅଛନ୍ତି। ଗୀତର ଟାଇଟଲ ରହିଛି ଫୋଟ।

ଏହି ଗୀତ ରିଲିଜ୍‌ ହେଉ ହେଉ ବି ଟାଉନରେ ଧୂମ୍‌ ମଚାଇବା ଆରମ୍ଭ କରିଦେଇଛି। ବିଶେଷକରି ଯୁବପିଢୀଙ୍କୁ ଏହି ଗୀତଟି ବେଶ୍‌ ପସନ୍ଦ ଆସିଛି।

ଗୀତକୁ ପସନ୍ଦ କରିବାର ମୁଖ୍ୟ କାରଣ ରହିଛି ଏହାର ମ୍ୟୁଜିକ୍‌। ଏହା ସହିତ ଗୀତରେ କ୍ରିତ୍ତି ଓ କାର୍ତ୍ତିକଙ୍କ କ୍ୟାମେଷ୍ଟ୍ରୀ ଫ୍ୟାନଙ୍କୁ ପସନ୍ଦ ଆସୁଛି।

୩ଲକ୍ଷରୁ ଅଧିକ ଲୋକ ଏହି ଗୀତକୁ ଦେଖିସାରିଲେଣି। ଏହି ହିଟ୍‌ ଗୀତକୁ କୋରିଓଗ୍ରାଫ କରିଛନ୍ତି ବିଜୟ ଗାଙ୍ଗୁଲି। ଗୀତଟିକୁ ମିକା ସିଂ ଓ ସୁନନ୍ଦା ଶର୍ମା ଗାଇଛନ୍ତି। ଫିଲ୍ମଟି ମାର୍ଚ୍ଚ ୧ରେ ରିଲିଜ୍‌ ହେବ।

Comment