ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ବାଲେଶ୍ୱର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣରେଖା ବନ୍ଦରର ଶିଳାନ୍ୟାସ କରିଛନ୍ତି। ଏହାସହ ୪୩ଟି ପ୍ରକଳ୍ପର ଶିଳାନ୍ୟାସ, ୩୩ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବାଲେଶ୍ୱର ଗସ୍ତରେ ଯାଇଛନ୍ତି। ବାଲେଶ୍ୱରରେ ଚାଲିଥିବା ବିଜୁ ଯୁବବାହିନୀର ସମାବେଶରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣରେଖା ବନ୍ଦରର ଶିଳାନ୍ୟାସ କରିଛନ୍ତି। ଏହା ସହ ୪୩ଟି ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ୩୩ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୁବର୍ଣ୍ଣରେଖା ବନ୍ଦର ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୫ ହଜାର କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ନିର୍ମାଣ ହେବାକୁ ଥିବା ଏହି ବନ୍ଦରରେ ୧୨ଟି ବର୍ଥ ରହିବ। ଏହାଯୋଗୁଁ ଓଡ଼ିଶାରେ ୧୨ ହଜାର ନିଯୁକ୍ତି ସୃଷ୍ଟି ହେବ।

ଏଥିସହ ରାଜ୍ୟରେ ୫ଟି ଜିଲ୍ଲାର ଶ୍ରେଷ୍ଠ ବିଜୁ ଯୁବ ବାହିନୀ ଏବଂ ଶ୍ରେଷ୍ଠ ‘ମୁ ହିରୋ’ଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Comment