ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାଲେଶ୍ୱର ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ରହିଛି। ସୁବର୍ଣ୍ଣରେଖା ବନ୍ଦରର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ। ତେବେ ୫ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ବନ୍ଦରରେ ୧୨ଟି ବର୍ଥ ରହିବ। ଏହାଯୋଗୁଁ ୧୨ ହଜାର ନିଯୁକ୍ତି ମିଳିବବାଲେଶ୍ୱର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ତାଳସାରୀ ବେଳାଭୂମି ମହୋତ୍ସବ ଉଦଘାଟନ କରିବା ସହ ଜନସଭାକୁ ସମ୍ବୋଧନ କରିବେ।

ଏହି ପରିପ୍ରେକ୍ଷୀରେ ଗତ ଶନିବାର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ସଭା ସ୍ଥଳୀ, ପାର୍କିଂ ଲଟ୍‌, ଟ୍ରାଫିକ୍ ବ୍ୟବସ୍ଥା, ପାନୀୟଜଳ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ଉପରେ ବୈଠକରେ ଆଲୋଚନା କରାଯାଇଥିଲା।

ସେହିପରି ୫ଟି ଜିଲ୍ଲାର ଶ୍ରେଷ୍ଠ ବିଜୁ ଯୁବ ବାହିନୀ ଏବଂ ଶ୍ରେଷ୍ଠ ‘ମୁ ହିରୋ’ଙ୍କୁ ସମ୍ମାନିତ କରାଯିବ। ଏହାସହ ବହୁ ପ୍ରକଳ୍ପର ଉଦ୍‌ଘାଟନ କାର୍ଯ୍ୟକ୍ରମ ମଧ୍ୟ ରହିଛି।

ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Comment