ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋଦିଙ୍କ ପ୍ରତିଦ୍ୱନ୍ଦ୍ୱୀ ମୁଁ ନୁହେଁ। ମୋଦିଙ୍କ ପ୍ରତିଦ୍ୱନ୍ଦ୍ୱୀ ରାହୁଲ – ପ୍ରିୟଙ୍କା ଗାନ୍ଧି

୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସ ନିଜ ରଣନୀତି ପ୍ରସ୍ତୁତ କରୁଛି। ଏଥିପାଇଁ କଂଗ୍ରେସ ଦଳର ଅଲଗା ଅଲଗା ଲୋକସଭା କ୍ଷେତ୍ରରୁ ଆସିଥିବା ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ସହ ଏକ ଆଲୋଚନା ବୈଠକ ବସିଥିଲା। ଏହି ବୈଠକରେ ଯୋଗ ଦେଇଥିଲେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା। ଜୟପୁରରୁ ଫେରିବା ପରେ ମଙ୍ଗଳବାର ରାତିରେ ପ୍ରିୟଙ୍କା ଅଲଗା ଅଲଗା କ୍ଷେତ୍ରରୁ ଆସିଥିବା ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ପାଖାପାଖି ୧୫ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ବୈଠକ। ବୁଧବାର ଭୋର ୫ଟାରେ ଏହି ବୈଠକ ଶେଷ ହୋଇଥିଲା।

ବୈଠକ ପରେ ପ୍ରିୟଙ୍କାଙ୍କୁ ଗଣମାଧ୍ୟମରେ ପଚରା ଯାଇଥିଲା କି, କ’ଣ ତାଙ୍କର ମୁକାବିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବ କି? କିନ୍ତୁ ପ୍ରିୟଙ୍କା ନିଜ ଉତ୍ତରରେ କହିଲେ, “ମୋଦିଙ୍କ ପ୍ରତିଦ୍ୱନ୍ଦ୍ୱୀ ମୁଁ ନୁହେଁ। ମୋଦିଙ୍କ ପ୍ରତିଦ୍ୱନ୍ଦ୍ୱୀ ରାହୁଲ ଗାନ୍ଧି। ମୋଦିଙ୍କୁ ଟକ୍କର ଦେବେ ରାହୁଲ।”

ତେବେ ସାଧାରଣ ନିର୍ବାଚନର ଫଳାଫଳ ପରେ ଜଣାପଡ଼ିବ ଜନମତ କାହା ସପକ୍ଷରେ ରହୁଛି।

Comment