ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲେଖାଲେଖି କରିବା ପାଇଁ ସାଧାରଣତଃ ଆମେ ଗୋଟିଏ ହାତର ବ୍ୟବହାର କରୁ। ବିଶେଷ କରି ଡାହାଣ ହାତରେ ଅଧିକାଂଶ ଲୋକ ଲେଖିଥାନ୍ତି। କେବଳ ଦଶ ପ୍ରତି ଲୋକ ବାମ ହାତରେ ଲେଖିଥାନ୍ତି। ହେଲେ ଭାରତରେ ଏମିତି ଏକ ସ୍କୁଲ ଅଛି ଯେଉଁଠି ସମସ୍ତ ୩୦୦ ଛାତ୍ରଛାତ୍ରୀ ଦୁଇ ହାତରେ ଲେଖୁଛନ୍ତି। ଏଭଳି ପିଲା ଅଛନ୍ତି ଗୋଟିଏ ହାତରେ ଇଂରାଜୀ ଆଉ ଗୋଟିଏ ହାତରେ ହିନ୍ଦୀ ଲେଖୁଛନ୍ତି।

ମଧ୍ୟପ୍ରଦେଶ ସଙ୍ଗରୋଲୀ ଜିଲ୍ଲା ସ୍ଥିତ ବୈଢନର ବୁଘେଲା ଗାଁରେ ଏଭଳି ଏକ ସ୍କୁଲ ଅଛି। ଯେଉଁଠି ପିଲା ଗୋଟିଏ ନୁହେଁ ୨ ହାତରେ ଲେଖାଲେଖି କରୁଛନ୍ତି। ବଡ଼ କଥା ପିଲାଙ୍କୁ ଏଠି ଏଭଳି ଶିକ୍ଷା ମିଳିଛି , ଏମାନେ ଗୋଟିଏ ହାତରେ ଇଂରାଜୀ ଆଉ ଗୋଟିଏ ହାତରେ ହିନ୍ଦୀ ଲେଖି ପାରନ୍ତି।, ତାହା ପୁଣି ବିନା କୌଣସି ସମସ୍ୟାରେ।

 

ଗାଁର ବିଣାବାଦିନୀ ସ୍କୁଲର ସଞ୍ଚାଳକ ପ୍ରତାପ ଶର୍ମା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୨ହାତରେ ଲେଖିବାର ଶିକ୍ଷା ଦେଉଛନ୍ତି। ସ୍କୁଲରେ ପଢୁଥିବା ସମସ୍ତ ୩୦୦ ଛାତ୍ରଛାତ୍ରୀ ୨ହାତରେ ଲେଖିବାରେ ଧୁରନ୍ଧର। ସ୍କୁଲର ଏହି ପ୍ରତିଭାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ।

ପ୍ରଥମରୁ ଛାତ୍ରଛାତ୍ରୀଙ୍କୁ ଲେଖାଲେଖି କରିବାରେ ଅସୁବିଧା ହେଉଥିଲା। ହେଲେ ପରେ ପରେ ଛାତ୍ରଛାତ୍ରୀ ୨ ହାତରେ ଲେଖିବା ଢାଞ୍ଚାରେ ନିଜକୁ ଖାପ ଖୁଆଇ ପାରିଥିଲେ। କେବଳ ସିଲଟ ନୁହେଁ, ବ୍ଲାକ ବୋର୍ଡ ଓ ପେନ ସାହାଯ୍ୟରେ ଖାତାରେ ବି ଲେଖିବା ସକ୍ଷମ ହୋଇଥିଲେ।

ଆରମ୍ଭରୁ ୧୩ ଜଣ ପିଲାଙ୍କୁ ନେଇ ଏହି ସ୍କୁଲ ଆରମ୍ଭ ହୋଇଥିଲା। ଦିନକୁ ଦିନ ପିଲାଙ୍କ ସଂଖ୍ୟା ବଢିବାକୁ ଲାଗିଲା। ସ୍କୁଲର ଭିତ୍ତିଭୁମି ସେତିକି ସୁଦୃଢ ନଥିଲେ ବି ଆଖପାଖ ଆଞ୍ଚଳର ଲୋକେ ନିଜ ପିଲାଙ୍କୁ ଏହି ସ୍କୁଲରେ ପଢାଉଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ପ୍ରତିଭାକୁ ନେଇ ସବୁଆଡେ ପ୍ରଶଂସା କରାଯାଉଛି।

Comment