ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କାଶ୍ମୀର ପୁଲୱାମା ଅଞ୍ଚଳରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ୧୨ ଜଣ ସିଆରପିଏଫ୍‌ ଯବାନ ସହିଦ୍‌ ହୋଇଛନ୍ତି। ପୁଲୱାମା  ଜିଲ୍ଲା ଗୋରିପୁରାରେ ଆତଙ୍କବାଦୀ ଆଇଡି ବିସ୍ଫୋରଣ କରିବା ପରେ ଯବାନଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଛନ୍ତି।

ଏଥିରେ ୧୨ ଜଣ ସିଆରପିଏଫ୍‌ ଯବାନଙ୍କ ସହିଦ ହୋଇଥିଲାବେଳେ ୧୮ ଜଣ ଯବାନ ଗୁରୁତର ହୋଇଛନ୍ତି। ଗୁରୁତର ଯବାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯବାନଙ୍କ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ସୁରକ୍ଷାକର୍ମୀ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରିଛନ୍ତି।

ଏହି ଆକ୍ରମଣ ‘ଜୈଶ ଏ ମହମ୍ମଦ’ ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ କରାଯାଇଥିବା ସୂଚନା ମିଳିଛି। ଶ୍ରୀନଗର- ହାଇୱେରେ ଯବାନଙ୍କ ଗାଡ଼ି ଯାଉଥିଲାବେଳେ ଆତଙ୍କବାଦୀ ଆଇଡି ବିସ୍ପୋରଣ କରିଥିଲେ। ଯେଉଁ ଗାଡ଼ି ଉପରେ ଆ୍ରକମଣ କରାଯାଇଛି ସେଥିରେ ୨ ହଜାରରୁ ଅଧିକ ଯବାନ ଥିଲେ ବୋଲି ସୂଚନା ମିଳିଛି।

ତେବେ ଏହା ବର୍ଷ ୨୦୧୯ରେ ସବୁଠାରୁ ବଡ଼ ବଡ଼ ଆତଙ୍କବାଦୀ ଆକ୍ରମଣ।

Comment