ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରକାରୀ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) ଏବେ ସଙ୍କଟାପନ୍ନ ଅବସ୍ଥାରେ। ଦିନକୁ ଦିନ କ୍ଷତିର ପରିମାଣ ବଢ଼ିବାରେ ଲାଗିଛି। ପରିସ୍ଥିତି ଲବେ ଏମିତି ହେଲାଣି ସରକାର ଏହାକୁ ବନ୍ଦ କରିଦେଇ ପାରନ୍ତି ବୋଲି ସୂଚନା ମିଳିଲାଣି। ଗତ ତିନି ବର୍ଷ ହେବ ବିଏସ୍‌ଏନ୍‌ଏଲ୍‌ କ୍ଷତିରେ ଚାଲିଛି। ୨୦୧୭-୧୮ରେ କମ୍ପାନିର କ୍ଷତି ୩୧ ହଜାର ୨୮୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ବର୍ଷକୁ ବର୍ଷ କମ୍ପାନିର କ୍ଷତି ବଢ଼ିଚାଲିଥିବା ବେଳେ ଆୟ କମିବାରେ ଲାଗିଛି। କମ୍ପାନିରୁ ପୁଞ୍ଜିପ୍ରତ୍ୟାହାର କରିବା ଏବଂ ନୂଆ ପାଣ୍ଠି ଦେବା ଉପରେ ବିଚାର କରାଯାଉଛି। ଏହା ନହେଲେ କମ୍ପାନି ବନ୍ଦ କରିଦିଆଯିବ ବୋଲି ସରକାର ଭାବିଛନ୍ତି।

ବିଏସ୍‌ଏନ୍‌ଏଲ୍‌ ପାଇଁ ମୁଖ୍ୟତଃ ତିନିଟି କଥା ବିଚାର କରାଯାଉଛି। ପ୍ରଥମଟି ହେଉଛି ପୁଞ୍ଜି ପ୍ରତ୍ୟାହାର କରିବା, ଦ୍ୱିତୀୟରେ ନୂତନ ପାଣ୍ଠି ପ୍ରବେଶ କରାଇବା ଏବଂ ତୃତୀୟଟି ହେଉଛି କମ୍ପାନିକୁ ବନ୍ଦ କରିଦେବା।

୨୦୦୦ ମସିହାରେ ବିଏସ୍‌ଏନ୍‌ଏଲ୍‌କୁ ସ୍ଥାପନ କରାଯାଇଥିଲା। ଲ୍ୟାଣ୍ଡଲାଇନ୍‌ ଓ ବ୍ରଡବ୍ୟାଣ୍ଡ ବଜାରରେ ୬୦ ପ୍ରତିଶତ ଅଂଶ ସହ ଏହା ଅନ୍ୟମାନଙ୍କଠାରୁ ବହୁତ ଆଗରେ ରହିଛି। କିନ୍ତୁ ମୋବାଇଲ ସେବା କ୍ଷେତ୍ରରେ ଅନ୍ୟ ନେଟୱର୍କ ଫୋନ୍‌ କଲ୍‌ ଶସ୍ତା ହୋଇଯିବା ପରେ ଲ୍ୟାଣ୍ଡଲାଇନ୍‌ ବ୍ୟବସାୟ ଏକ୍‌ ପ୍ରକାର ଚମକ୍‌ ହରାଇଛି। ଅଧିକ ଟଙ୍କା ଦେଇ ଲୋକେ ଲ୍ୟାଣ୍ଡଲାଇନ୍‌ ବ୍ୟବହାର କରିବାକୁ ଚାହୁଁ ନାହାନ୍ତି। ଶସ୍ତା କଲ୍‌ ଯୋଗୁଁ ବିଏସ୍‌ଏନ୍‌ଏଲ୍‌ ଳ୍ୟାଣ୍ଡଲାଇନ୍‌ କାରବାର ଗୁରୁତର ଭାବେ ପ୍ରଭାବିତ ହୋଇଛି।

Comment