ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ ଓ ଉପରାଜ୍ୟାପାଳଙ୍କ ମଧ୍ୟରେ ଗତ କିଛି ମାସ ହେବ ବିବାଦ ଲାଗିରହିଥିଲା। ଏ ନେଇ ଗୁରୁବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟର ୨ଜଣିଆ ଖଣ୍ଡପୀଠ ୬ଟି ପ୍ରସଙ୍ଗରେ ରାୟ ଶୁଣାଇଛନ୍ତି।

ମାତ୍ର ଯେଉଁ ପ୍ରସଙ୍ଗକୁ ନେଇ ରାୟ କ’ଣ ଆସୁଛି ଅପେକ୍ଷା କରିଥିଲେ ସମସ୍ତେ ସେହି ମାମଲା ପୁଣିଥରେ ଅଟକି ରହିଛି। ଦିଲ୍ଲୀରେ କେନ୍ଦ୍ରୀୟ କ୍ୟାଡରର ଅଧିକାରୀଙ୍କ ବଦଳି ଅଧିକାର କାହା ପାଖରେ ରହିବ ସେ ପ୍ରସଙ୍ଗ ଏବେ ଉପର ବେଞ୍ଚକୁ ପଠାଯାଇଛି। ଅର୍ଥାତ ଏହି ପ୍ରସଙ୍ଗରେ ରାୟ ପରେ ଆସିବ।

ତେବେ ଆସନ୍ତୁ ଜାଣିବା ୨ଜଣିଆ ଖଣ୍ଡପୀଠ ଶୁଣାଇଥିବା ରାୟରେ କାହକୁ କେଉଁ ଅଧିକାର ମିଳିଛି।

୧-ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ମାମଲା

ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି କି ଗ୍ରେଡ-୧,ଗ୍ରେଡ-୨ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ କେନ୍ଦ୍ରସରକାରଙ୍କ ପାଖରେ ରହିବ। ସେହପରି ଗ୍ରେଡ-୩ ଓ ଗ୍ରେଡ-୪ କର୍ମଚାରୀଙ୍କ ବଦଳି ଓ ପୋଷ୍ଟିଂ ଦିଲ୍ଲୀ ସରକାରଙ୍କ ପାଖରେ ରହିବ। ମାତ୍ର ଦୁଇ ଜଜ୍‌ଙ୍କ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ସହମତି ହୋଇପାରିଲାନାହିଁ, ଯେଉଁଥିପାଇଁ ଏହାକୁ ଉପର ବେଞ୍ଚକୁ ପଠାଇଦିଆଯାଇଛି।

୨-ଆଣ୍ଟି କରପସନ୍‌ ବ୍ରାଞ୍ଚ ପ୍ରସଙ୍ଗ

ଆଣ୍ଟି କରପସନ୍‌ ବ୍ରାଞ୍ଚ ଅଧିକାରୀଙ୍କ ପ୍ରସଙ୍ଗରେ ଦିଲ୍ଲୀ ସରକାର ଲଗାତାର ସ୍ୱର ଉଠାଇଆସୁଥିଲେ। ମାତ୍ର ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରୁ ଦିଲ୍ଲୀ ସରକାରଙ୍କୁ ଝଟକା ଲାଗିଛି। ଅର୍ଥାତ ଏହାର ଅଧିକାର କେନ୍ଦ୍ର ସରକାରଙ୍କ ପାଖକୁ ଯାଇଛି।

୩-କୌଣସି ପ୍ରସଙ୍ଗରେ ତଦନ୍ତ ପାଇଁ ନିର୍ଦ୍ଦେଶ

କୌଣସି ପ୍ରସଙ୍ଗରେ ତଦନ୍ତ ପାଇଁ ନିର୍ଦ୍ଦେଶ ଅର୍ଥାତ କମିସନ ଅଫ୍‌ ଇନକ୍ୱାରୀର ଅଧିକାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଦେଇଛନ୍ତି। ଅର୍ଥାତ ଏହି ପ୍ରସଙ୍ଗରେ ବି ଦିଲ୍ଲୀ ସରକାରଙ୍କୁ ଝଟକା ଲାଗିଛି।

୪-ବିଜୁଳି ବିଲ୍‌ ଦେୟ ପ୍ରସଙ୍ଗ

ଦିଲ୍ଲୀରେ ଇଲେକଟ୍ରିକ୍‌ ବୋର୍ଡ ପ୍ରସଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସୁପ୍ରିମକୋର୍ଟ ଏନେଇ ସମସ୍ତ ଅଧିକାର ଦିଲ୍ଲୀ ସରକାରଙ୍କୁ ଦେଇଛନ୍ତି। ସେହିପରି ରାଜସ୍ୱ  ଆଦାୟ କ୍ଷମତା ଦିଲ୍ଲୀ ସରକାରଙ୍କ ପାଖରେ ରହିବ। ପବ୍ଲିକ୍‌ ପ୍ରସିକ୍ୟୁଟର ନିଯୁକ୍ତ ପ୍ରସଙ୍ଗ ଉପରାଜ୍ୟପାଳଙ୍କ ପାଖରେ ରହିବ।

Comment