ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଶାସକ ଦଳ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରୁଛି-ବିଜେପି
  • ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ହେଉ-କଂଗ୍ରେସ଼
  • ପେଟ୍ରୋଲ ପମ୍ପରେ ଟଙ୍କା ହୋଡିଂ ରୋକାଯାଉ-ବିଜେଡି

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ସ୍ଥିତିର ସମୀକ୍ଷା କରିବା ଲାଗି ନିର୍ବାଚନ କମିସନର ଆସିଛନ୍ତି। କମିସନର ଅଶୋକ ଲାଭାସାଙ୍କ ନେତୃତ୍ୱରେ ୬ଜଣିଆ ଟିମ୍‌ ଓଡ଼ିଶା ଆସିଛନ୍ତି।

ଟିମ୍‌ର ଅଧିକାରୀ ମାନେ ବିଭିନ୍ନ ଦଳର ନେତାଙ୍କ ସହ ଆଲୋଚନା କରିଛନ୍ତି। ସାଧାରଣ ନିର୍ବାଚନ ନେଇ ରାଜନୈତିକ ଦଳସହ ଆଲୋଚନା ହୋଇଛି। ଆସନ୍ତାକାଲି ପୋଲିସ ପ୍ରଶାସନ ସହ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିବେ ନିର୍ବାଚନ କମିସନର।

ବିଜେପିର ପ୍ରତିକ୍ରିୟା

ଆଲୋଚନା ପରେ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,”ସରକାରୀ କଳର ଅପବ୍ୟବହାର ନେଇ ECI ଟିମ୍‌କୁ ଅବଗତ କରିଛୁ। ଶାସକ ଦଳ ସରକାରୀ କର୍ମଚାରୀଙ୍କୁ ବ୍ୟବହାର ଅଭିଯୋଗ କରିଛୁ। ବିଜୁ ଯୁବ ବାହିନୀକୁ କିପରି ଗୁଣ୍ଡା ବାହିନୀ କରାଯାଉଛି କହିଛୁ। ରାଜନୈତିକ ହିଂସା ଓ ସମ୍ବେଦଲଶୀଳ ବୁଥ୍‌ ସମ୍ପର୍କରେ ନିର୍ବାଚନ କମିସନରଙ୍କୁ ଅବଗତ କରାଇଛୁ।  ”

କଂଗ୍ରେସର ପ୍ରତିକ୍ରିୟା

ନରସିଂହ ମିଶ୍ର କହିଛନ୍ତି,”କେନ୍ଦ୍ର ଓ ରାଜ୍ୟର ସରକାରୀ କଳ ଅପବ୍ୟବହାର ନେଇ ଜଣାଇଛୁ। ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନେଇ ଅନୁରୋଧ କରିଛୁ। EVM, VVPATବ୍ୟବହାର ନେଇ ଭୋଟରଙ୍କୁ ଅବଗତ ପ୍ରସ୍ତାବ ଦେଇଛୁ।”

ବିଜେଡିର ପ୍ରତିକ୍ରିୟା

ଏହା ସହ ନିର୍ବାଚନ କମିସନ ଟିମ୍‌କୁ ଭେଟିବା ପରେ ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି ସେ କହିଛନ୍ତି,”ବିଜେପୁର ଉପନିର୍ବାଚନ ସମୟରେ ବିଜେପିର ହିଂସାକାଣ୍ଡ କଥା ଆମେ ଉଠାଇଛୁ। ବିଜେପିର ହିଂସାକାଣ୍ଡକୁ ରୋକିବାକୁ ନିର୍ବାଚନ କମିସନରଙ୍କୁ ପ୍ରସ୍ତାବ ଦେଇଛୁ। ପେଟ୍ରୋଲ ପମ୍ପରେ ଟଙ୍କା ହୋଡିଂ ରୋକିବାକୁ କହିଛୁ।ସାଂପ୍ରଦାୟିକ ଉତ୍ତେଜନା ପ୍ରବଣ ସ୍ଥାନ ଚିହ୍ନଟ ପାଇଁ ଜଣାଇଛୁ। ସୋସିଆଲ ମିଡିଆରେ ନେତାଙ୍କ ସଂହାର ରୋକିବାକୁ କହିଛୁ। ଷ୍ଟାର କ୍ୟାମ୍ପେନରଙ୍କ ସହ ଅନ୍ୟ ନେତାଙ୍କ ଖର୍ଚ୍ଚ ଯୋଡିବାକୁ କହିଛୁ।”

Comment