ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗାତରେ ପଡ଼ି ଏକ ହାତୀ ଛୁଆର ମୃତ୍ୟୁ ହୋଇଛି। ବୁଧବାର ବିଳମ୍ବିତ ରାତିରେ ରାଉରକେଲା ବିଶ୍ରା ଫରେଷ୍ଟ ରେଞ୍ଜ ମହିପାଣି ନିକଟରେ ଏହି ଅଘଟଣ ଘଟିଛି। ରେଳ ଧାରଣା ନିଟରେ ଖୋଳାଯାଇଥିବା ଏକ ଗାତରେ ପଡ଼ି ଏକ ବର୍ଷର ଏହି ହାତୀ ଛୁଆର ମୃତ୍ୟୁ ହୋଇଛି।

ବୁଧବାର ବିଳମ୍ବିତ ରାତିରେ ହାତୀପଲ ଗାଁ ଆଡ଼କୁ ମାଡ଼ି ଆସିଥିଲେ। ହାତୀପଲଙ୍କୁ ଘଉଡ଼ାଇବାକୁ ଗାଁ ଲୋକଙ୍କ ସହ ବନ ବିଭାଗ ଉଦ୍ୟମ କରିଥିଲେ। ଏହି ସମୟରେ ହାତୀ ଛୁଆଟି ଗାତ ଭିତରେ ପଡ଼ିଯାଇଥିଲା। ଗାତରୁ ବାହାରି ପାରିବା ଫଳରେ ହାତୀର ମୃତ୍ୟୁ ହୋଇଥିଲା। ଖବର ପାଇ ବନ ବିଭାଗ ହାତୀର ମୃତଦେହକୁ ଉଦ୍ଧାର କରି କରିଛନ୍ତି।

Comment