ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ବଲିଉଡ଼ର ମହାନ ଅଭିନେତ୍ରୀ ହେଉଛନ୍ତି ମଧୁବାଲା। ତାଙ୍କର ଅଭିନୟରେ ଏମିତି ଯାଦୁକୁ ଥିଲା ଯେ ତାଙ୍କୁ ଆଜିର ପିଢି ମଧ୍ୟ ଭୁଲିପାରିନି। ୧୯୩୩ ମସିହାର ଆଜିର ଦିନରେ ଏହି ଅଭିନେତ୍ରୀ ଜନ୍ମ ଗ୍ରହଣ କରିଥିଲେ।

ମଧୁବାଲାଙ୍କ ୮୬ତମ ଜନ୍ମ ଦିନ ଅବସରରେ ଯେଉଁଠି ପୁରା ଦେଶ ଓ ବିଦେଶରେ ତାଙ୍କୁ ମନେ ପକାଇଛନ୍ତି ସେଇଠି ଗୁଗୁଲ ମଧ୍ୟ ଏହି ମହାନ ଅଭିନେତ୍ରୀଙ୍କୁ ତା ଅନ୍ଦାଜରେ ଡୁଡୁଲ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛି। ଦିଲ୍ଲୀର ମୁସଲିମ ପରିବାରରେ ଜନ୍ମଗ୍ରହଣ କରିଥିବା ମଧୁବାଲାଙ୍କ ଛୋଟ ବେଳର ନାଁ ମୁମତାଜ ବେଗମ ଜାହାଁ ଦେହଲବୀ ଥିଲା।

ମଧୁବାଲା ଫିଲ୍ମ ‘ବସନ୍ତ’ରୁ ବଲିଉଡ଼ରେ ଏଣ୍ଟ୍ରି କରିଥିଲେ କିନ୍ତୁ ଫିଲ୍ମ ‘ନୀଲକମଲ’ରେ ତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ତେବେ ଏହି ଫିଲ୍ମର ସଫଳତା ପରେ ମଧୁବାଲାଙ୍କୁ ‘ସିନେମାର ସୌନ୍ଦର୍ଯ୍ୟା ଦେବୀ’ କୁହାଗଲା।

୩୬ ବର୍ଷ ବୟସରେ ୨୩ ଫେବ୍ରୁଆରି ୧୯୬୯ ମସିହାରେ ତାଙ୍କର  ପରଲୋକ ହୋଇଥିଲା। ତାଙ୍କର ଶେଷ ଫିଲ୍ମ ଜଲବା ଥିଲା। ଯାହା ତାଙ୍କ  ପରଲୋକର ୨ବର୍ଷ ପରେ ରିଲିଜ ହୋଇଥିଲା

Comment