ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ଜଣାଶୁଣା ଅଭିନେତା ଅର୍ଜୁନ ରାମପାଲଙ୍କ ସମସ୍ୟା ପୁଣି ବଢ଼ିବାରେ ଲାଗିଛି। ତାଙ୍କ ବିରୋଧରେ ଏକ ମାମଲା ମୁମ୍ବାଇ ହାଇକୋର୍ଟରେ ପହଞ୍ଚିଛି। ଏକ କୋଟି ଟଙ୍କାର ଋଣ ପରିଶୋଧ କରିପାରିନଥିବାରୁ ତାଙ୍କ ବିରୋଧରେ ମାମଲା ହୋଇଛି।

୨୦୧୮ରେ ୱାଇଟି ଏଣ୍ଟରଟେନମେଣ୍ଟ କମ୍ପାନିଠାରୁ ଏକ କୋଟି ଟଙ୍କା ନେଇଥିଲେ ରାମପାଲ। ଋଣ ପରିଶୋଧ କରିପାରିନଥିବାରୁ କମ୍ପାନି କୋର୍ଟଙ୍କ  ଦ୍ୱାରସ୍ତ ହୋଇଛି।

୨୦୧୮ରେ ମେ ମାସରେ ଟଙ୍କା ନେଇ ୯୦ ଦିନ ଭିତରେ ଟଙ୍କା ଫେରାଇବାର ଥିଲା ବର୍ଷେ ବିତିଯାଇଥିଲେ ମଧ୍ୟ ଅର୍ଜୁନ ରାମପାଲ କମ୍ପାନିକୁ ଟଙ୍କା ଫେରାଇ ନାହାନ୍ତି।

କମ୍ପାନି ପକ୍ଷ ଓକିଲଙ୍କ କହିବା ଅନୁଯାୟୀ, ଅଗଷ୍ଟ ୨୩ରେ ରାମପାଲ କମ୍ପାନୀକୁ ଏକ ପୋଷ୍ଟ ଡେଟେଡ୍‌ ଚେକ୍‌ ପ୍ରଦାନ କରିଥିଲେ। ଚେକ୍‌ଟିକୁ ବ୍ୟାଙ୍କରେ ଜମା କରାଯିବା ପରେ ଏହା ବାଉନ୍ସ ହୋଇଯାଇଥିଲା।

ଏହାପରେ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଥିଲା। ଏହାପରେ ଅକ୍ଟୋବର ମାସରେ ତାଙ୍କ ନିକଟକୁ ନୋଟିସ ପଠାଯାଇଥିଲା। ୧୪ ଦିନ ଭିତରେ ତାଙ୍କୁ ଟଙ୍କା ଫେରାଇବକୁ ନୋଟିସ୍‌ରେ କୁହାଯାଇଥିଲା।

ତେବେ ଏ ପର୍ଯ୍ୟନ୍ତ ସେ ୭ ଲକ୍ଷ ୫୦ ହଜାର ଟଙ୍କା ଫେରାଇଥିବା ସୂଚନ ମିଳିଛି।

Comment