ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜନୀତିଠୁ ଅଧିକ ରୋମାଞ୍ଚକ ପ୍ରିୟଙ୍କାଙ୍କ ଲଭ୍‌ଷ୍ଟୋରି। ଜାଣନ୍ତୁ ଭାଲେଣ୍ଟଇନ୍ସ ଡେ ଅବସରରେ ପ୍ରିୟଙ୍କା – ରବର୍ଟଙ୍କ ପ୍ରେମକାହାଣୀ।

ଆଜି ୧୪ ଫେବ୍ରୁଆରି ଅର୍ଥାତ୍‌ ଭାଲେଣ୍ଟଇନ୍ସ ଡେ। ଯୁବପିଢ଼ି ଏହି ଦିନକୁ ବେଶ୍‌ ଖାସ ଢ଼ଙ୍ଗରେ ପାଳନ କରିଥାନ୍ତି। ଆଜି ଭଳି ଏକ ଖାସ ଦିନରେ ଜାଣନ୍ତୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଲଭ୍‌ଷ୍ଟୋରି ବିଷୟରେ।

ନିକଟରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ କଂଗ୍ରେସର ମହାସଚିବ ଦାୟିତ୍ଵ ଦିଆଯାଇଛି। ପ୍ରିୟଙ୍କାଙ୍କ ସକ୍ରୀୟ ରାଜନୀତିରେ ପ୍ରବେଶକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରିୟଙ୍କାଙ୍କ ରାଜନୀତିରେ କ୍ୟାରିୟର ବ୍ୟତୀତ ତାଙ୍କ ଲଭ୍‌ଷ୍ଟୋରି ରୋମାଞ୍ଚକର।

ମାତ୍ର ୧୩ ବର୍ଷ ବୟସରେ ପ୍ରଥମ ଥର ରବର୍ଟ ଭଦ୍ରାଙ୍କୁ ଭେଟି ରବର୍ଟଙ୍କ ପ୍ରେମରେ ପଡ଼ିଥିଲେ ପ୍ରିୟଙ୍କା। ଧୀରେ ଧୀରେ ଦୁଇ ଜଣଙ୍କ ଭିତରେ ବନ୍ଧୁତା ସ୍ଥାପନ ହୋଇଥିଲା। ପରବର୍ତ୍ତୀ ସମୟରେ ତାଙ୍କ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। କିଛି ବର୍ଷ ସମ୍ପର୍କରେ ରହିବା ପରେ ୧୯୯୭ରେ ରବର୍ଟ ଭଦ୍ରାଙ୍କୁ ବିବାହ କରିଥିଲେ ପ୍ରିୟଙ୍କା।

ଭଦ୍ରାଙ୍କର ଜନ୍ମ ୧୮ ଏପ୍ରିଲ୍‌ ୧୯୬୯ରେ ଉତ୍ତର ପ୍ରଦେଶର ମୁରାଦାବାଦରେ ହୋଇଥିଲା। ରବର୍ଟଙ୍କ ପିତା ରାଜେନ୍ଦ୍ର ଭଦ୍ରା କିନ୍ତୁ ଏହି ବିବାହରେ ଆଦୌ ରାଜି ନଥିଲେ କାରଣ ପ୍ରିୟଙ୍କା ଏକ ରାଜନୈତିକ ପରିବାରର ଝିଅ ଥିଲେ। ରବର୍ଟଙ୍କ ପରିବାରର ରାଜନୀତି ସହିତ କେହି ଜଡ଼ିତ ନଥିଲେ। ତେବେ ଦୁହିଁଙ୍କ ପ୍ରେମ ଆଗରେ ହାର ମାନିଥିଲେ ରାଜେନ୍ଦ୍ର ଭଦ୍ରା। ଶେଷରେ ବିବାହ ପାଇଁ ରାଜି ହୋଇଥିଲେ ଭଦ୍ରାଙ୍କ ବାପା।

ପ୍ରିୟଙ୍କା ଓ ରବର୍ଟଙ୍କର ଦୁଇ ସନ୍ତାନ ରୈହାନ ଓ ମିରାୟା ଅଛନ୍ତି। ରବର୍ଟ ବ୍ୟବସାୟକୁ ନେଇ ବ୍ୟସ୍ତ ରହୁଥିଲାବେଳେ ପିଲାଙ୍କ ସମ୍ପୂର୍ଣ୍ଣ ଦାୟିତ୍ଵ ତୁଲାଇଥାନ୍ତି ମା’ ପ୍ରିୟଙ୍କା।

କେବଳ ରାଜନୀତି ନୁହେଁ  ପ୍ରିୟଙ୍କା ଆହୁରି ଅନେକ ଗୁଣର ଅଧିକାରୀ। ସେ ଭଲ ଭାଷଣ ମଧ୍ୟ ଦେଇପାରନ୍ତି। ଏପରିକି ସେ ବହି ଲେଖିବାକୁ ମଧ୍ୟ ଭଲପାଆନ୍ତି। ସୂଚନା ଅନୁସାରେ ସେ ଏବେ ଲେଖୁଥିବା ଏକ ପୁସ୍ତକ ଆସନ୍ତା ମାର୍ଚ୍ଚ ସୁଦ୍ଧା ପ୍ରକାଶିତ ହୋଇପାରେ।

Comment