ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆଜି ଭାଲେଣ୍ଟାଇନ୍‌ ଡେ’। ଏହି ସ୍ପେଶାଲ ଡେ’କୁ ପ୍ରେମୀଯୁଗଳମାନେ ଭିନ୍ନ ଭିନ୍ନ ଉପାୟରେ ସେଲିବ୍ରେଟ କରୁଛନ୍ତି। ସେହିଭଳି ବଲିଉଡ ସେଲିବ୍ରିଟିମାନେ ମଧ୍ୟ ନିଜ ନିଜ ଖାସ୍‌ ସାଥୀଙ୍କ ସହ ଏହି ପ୍ରେମ ଦିବସ ସେଲିବ୍ରେଟ କରୁଛନ୍ତି। ତେବେ ସିଙ୍ଗର ନେହା କକ୍କଡ ବି କିଛି ଏଭଳି ଭାବେ ସେଲିବ୍ରେଟ କରୁଛନ୍ତି ନିଜ ଭାଲେଣ୍ଟାଇନ୍‌ ଡେ’।

କିଛି ଦିନ ପୂର୍ବେ ନେହା କକ୍କଡଙ୍କର ହିମାଂଶ କୋହଲିଙ୍କ ସହ ବ୍ରେକଅପ ହୋଇଥିଲା। କିନ୍ତୁ ଏହି ଭାଲେଣ୍ଟାଇନ ଡେ’ରେ ନେହା ନିଜର ଜଣେ ଖାସ୍‌ଙ୍କ ସହ ଭାଲେଣ୍ଟାଇନ୍‌ ସେଲିବ୍ରେଟ କରିଛନ୍ତି।

ନେହାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କୁ ଭାଲେଣ୍ଟାଇନ୍‌ ଡେ’ର ଶୁଭେଚ୍ଛା ଦେଉଛନ୍ତି। ଏହି ବ୍ୟକ୍ତି ଜଣକ ନେହାଙ୍କୁ ଏକ ଫୁଲ ତୋଡ଼ା ଗିପ୍ଟ ମଧ୍ୟ କରିଛନ୍ତି। ଏହି ଭିଡିଓକୁ ନିଜେ ନେହା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓ ସେୟାର କରି ନେହା ଲେଖିଛନ୍ତି ଯେ ତାଙ୍କୁ ଭାଲେଣ୍ଟାଇନ୍‌ ଡେ’ ସରପ୍ରାଇଜ୍‌ ମିଳିଲା। ସେ ବହୁତ ଭାଗ୍ୟବାନ କି ତାଙ୍କ ପାଖରେ ଏଭଳି ଭଲ ପାଇବା ଅଛି।

ତେବେ ଏହି ବ୍ୟକ୍ତି ଜଣକ ହେଲେ ନେହାଙ୍କ ଫ୍ୟାନ୍‌। ନେହାଙ୍କୁ ତାଙ୍କର ଜଣେ ଫ୍ୟାନ୍‌ ଏହି ସରପ୍ରାଇଜ୍‌ ଦେଇଥିଲେ।

କିଛି ଦିନ ପୂର୍ବରୁ ନେହା କକ୍କଡଙ୍କ ବ୍ରେକ୍‌ଅପ୍‌ ହୋଇଥିଲା। ନେହା ତାଙ୍କର ଏହି ବ୍ରେକ୍‌ଅପ୍‌ର ଅନେକ କାରଣ ମଧ୍ୟ କହିଥିଲେ। ସେ କହିଥିଲେ ଯେ ତାଙ୍କର ଏବଂ ହିମାଂଶଙ୍କ ସମ୍ପର୍କରେ କିଛି ଠିକ୍‌ ଚାଲି ନଥିଲା। ସେ ଆହୁରି ମଧ୍ୟ କହିଥିଲେ ସିଙ୍ଗଲ୍ ରହିବା ହିଁ ଭଲ। ଏବେ ସେ ନିଜ ପରିବାରକୁ ଏବଂ ଫ୍ରେଣ୍ଡଙ୍କୁ ସମୟ ଦେଇପାରୁଛନ୍ତି।

Comment