ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ରିଲିଜ ହୋଇଛି ଭାଇରାଲ ଗର୍ଲ ପ୍ରିୟା ପ୍ରକାଶ ୱାରିୟରଙ୍କ ବହୁ ଅପେକ୍ଷିତ ଫିଲ୍ମ ‘ଓରୁ ଅଦାର ଲଭ୍‌’।

ରିଲିଜ ହେଲା ମଲାୟାଲମ ଅଭିନେତ୍ରୀ ତଥା ଭାଇରାଲ ଗର୍ଲ ପ୍ରିୟା ପ୍ରକାଶ ୱାରିୟରଙ୍କ ଫିଲ୍ମ ‘ଓରୁ ଅଦାର ଲଭ୍‌’। ଏହି ଫିଲ୍ମର ଏକ ଗୀତ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ କେବଳ ଦେଶ ନୁହେଁ ଭାରତ ବାହାରେ ମଧ୍ୟ ପ୍ରିୟାଙ୍କ ପ୍ରଶଂସକ ସୃଷ୍ଟି ହୋଇଥିଲେ। ତାଙ୍କ ଆଖିର ଗୋଟିଏ ଚାହାଣୀ ଲକ୍ଷ ଲକ୍ଷ ଲୋକଙ୍କ ମନ କିଣି ନେଇଥିଲା। ବର୍ତ୍ତମାନ ଏହି ଫିଲ୍ମୁ ‘ଓରୁ ଅଦାର ଲଭ୍‌’ ପରଦା ଉପରେ ରିଲିଜ ହୋଇଛି।

ଏହି ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅଭିନେତ୍ରୀ ପ୍ରିୟା ପ୍ରକାଶ ଏବଂ ରୋଶାନ ଅବ୍‌ଦୁଲ। ଓମାର ଲୁଲୁ ଏହି  ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ଗତ ବର୍ଷ ଭାଲେଣ୍ଟାଇନ୍ ସପ୍ତାହରେ ‘ଓରୁ ଅଦାର ଲଭ୍‌’ ଫିଲ୍ମର ଏକ ଛୋଟ କ୍ଳିପ୍ ଇଣ୍ଟରନେଟରେ ଛାଇଯାଇଥିଲା। ଏହାପରେ ରାତାରାତି ପ୍ରିୟାପ୍ରକାଶ ଭାଇରାଲ ହୋଇଯାଇଥିଲେ। ଗୋଟିଏ ଦିନରେ ସେ ପାଲଟି ଯାଇଥିଲେ ଦୁନିଆର ତୃତୀୟ ଲୋକପ୍ରିୟ ଇନ୍‌ଷ୍ଟାଗ୍ରାମ୍ ସେଲେବ୍ରିଟି।

Comment