ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇଦିନ ହେବ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଇଥିଲା କି ଖୁବଶୀଘ୍ର ଭାରତ ସଂଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ବନ୍ଦ ହେବ। ଏହାକୁ ମିଥ୍ୟା ବୋଲି କହିଛନ୍ତି ବିଏସ୍‌ଏନ୍‌ଏଲ୍‌ର ସିଜିଏମ୍‌ ସତ୍ୟାନନ୍ଦ ନାୟକ।

ସେ କହିଛନ୍ତି,” ବିଏସ୍‌ଏନ୍‌ଏଲ୍‌ରେ ସମ୍ପ୍ରସାରଣ ଯୋଜନା ଜାରି ରହିଛି। ଏହା ସହିତ ବିଏସ୍‌ଏନ୍‌ଏଲ୍‌ ତାର ଲ୍ୟାଣ୍ଡ ଲାଇନ୍,ବ୍ରଡବ୍ୟାଣ୍ଡ,ଫାଇବର ହୋମ୍‌,ଲିଜ୍‌ ଲାଇନ୍‌ ଓ ମୋବାଇଲ ସେବାକୁ ସମ୍ପ୍ରସାରିତ କରୁଛି। ଟେଲିକମ୍‌ କମ୍ପାନୀ ଭାବେ ଏହାକୁ ବନ୍ଦ କରିବା ନେଇ କେନ୍ଦ୍ର ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ।”

ବିଏସ୍‌ଏନ୍‌ଏଲ୍‌ ସବୁ ସମୟରେ ଗ୍ରାହକଙ୍କ ସହ ରହିଛି ଭବିଷ୍ୟତରେ ମଧ୍ୟ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉତ୍ତମ ସେବା ପ୍ରଦାନ କରିବ ବୋଲି ସିଜିଏମ୍‌ ସତ୍ୟାନନ୍ଦ ନାୟକ କହିଛନ୍ତି।

Comment